ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଁ ନାଁ ଶୁଣିଲେ ସାଧାରଣତଃ ଅନେକଙ୍କ ମନରେ ମାଟି ରାସ୍ତା, ମାଟି ଘରର ଚିତ୍ର ଆସିଥାଏ। ଅଧିକାଂଶ ଗାଁରେ ଆଜିବି ବାସ୍ତବରେ ଏହି ଚିତ୍ର ଦେଖିବାକୁ ମିଳୁଛି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ଏମିତି ଏକ ଗାଁ ଅଛି ଯେଉଁଠି ଗ୍ରାମବାସୀ ଏତେ ଧନୀ ଯେ କୌଣସି ସ୍ଥାନକୁ ଯିବା ଆସିବା ପାଇଁ ହେଲିକପ୍ଟର ବ୍ୟବହାର କରନ୍ତି।

କେବଳ ଏତିକି ନୁହେଁ ଏହି ଗାଁର ଲୋକ ସଂପୂର୍ଣ୍ଣ ବିଳାସପୂର୍ଣ୍ଣ ଘରେ ରହିଥାନ୍ତି। ଘରଗୁଡ଼ିକୁ ଦେଖିଲେ ଆପଣଙ୍କୁ ହୋଟେଲ ଭଳି ଅନୁଭବ ହେବ। ଏହି ଗାଁ ନାଁ ହେଉଛି ହ୍ୱାକ୍‌ସୀ। ଏହା ଚୀନର ଜିୟାଙ୍ଗସୁରେ ରହିଛି। ସାରାବିଶ୍ୱରେ ଏହା ‘ସୁପର ଭିଲେଜ’ ଭାବେ ପରିଚିତ।

ଏଠାରେ ପ୍ରାୟ ୨ହଜାର ଲୋକ ବସବାସ କରନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଗାଁର ଲୋକମାନେ ଚାଷ ହିଁ କରନ୍ତି। ଚାଷ କରି ବିଶ୍ୱର ସବୁଠୁ ଧନୀ ଗାଁ ରୂପେ ପରିଚିତ ହୋଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment