ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଥିବା ୧୭୫ଟି ବେଆଇନ ଆପାର୍ଟମେଣ୍ଟକୁ ଭଙ୍ଗାଯିବ। ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି।

ଯେଉଁ ସବୁ କୋଠା ସରକାରୀ ଜମି ଉପରେ ନିର୍ମିତ ହୋଇଛି ଓ ବିଡିଏର ନିୟମ ଉଲ୍ଲଘଂନ କରିଛନ୍ତି ସେଗୁଡ଼ିକୁ ମାଟିରେ ମିଶାଇ ଦିଆଯିବ। ପର୍ଯ୍ୟାୟକ୍ରମେ ଜେସିବି ଲଗାଇ ଏଗୁଡ଼ିକୁ ଭାଙ୍ଗିବା ପାଇଁ ସ୍ଥିର କରାଯାଇଛି। ଓଡ଼ିଶା ଡେଭଲପମେଣ୍ଟ୍ ଅଥରିଟି କୋର୍ଟ ପକ୍ଷରୁ ଏହି ବେଆଇନ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ସବୁଜ ସଙ୍କେତ ମିଳିଛି।

ଖବର ଅନୁସାରେ,ରାଜଧାନୀର ୬ ହଜାର ବିବାଦୀୟ ଘର ଯେଉଁଗୁଡିକ ନିୟମ ଭାଙ୍ଗିଛନ୍ତି ତାହାର ଶୁଣାଣି ଏବେ ଚାଲିଛି। ଏଥିରୁ ୧୭୫ଟି ଆପାର୍ଟମେଣ୍ଟ ପ୍ରଥମ ଦଫାରେ ବଳି ପଡ଼ିଛନ୍ତି। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ହିଁ ଘରଗୁଡ଼ିକୁ ଭଙ୍ଗାଯିବ କିନ୍ତୁ ଯେଉଁମାନେ ଉପର କୋର୍ଟରେ ଅପିଲ କରିଛନ୍ତି ସେମାନଙ୍କ କ୍ଷେତ୍ରରେ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ ବୋଲି ବିଡ଼ିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଏହି ୧୭୫ଟି ଆପାର୍ଟମେଣ୍ଟ ଭିତରୁ କିଛି କୋଠା ଭୁବନେଶ୍ୱରର ପ୍ରାକୃତିକ ନାଳ ଓ ସରକାରୀ ଜାଗା ଉପରେ ନିର୍ମିତ ହୋଇଥବା ବେଳେ ଆଉ କିଛି କୋଠା ବିଡିଏ ନିୟମ ଭାଙ୍ଗି ନିର୍ମାଣ କରାଯାଇଛି।

Comment