ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଲୱେ ରିକ୍ରୁଟମେଣ୍ଟ ସେଲ୍‌ (ଆରଆରସି) ପକ୍ଷରୁ ଜୁନିଅର୍ ଏବଂ ସିନିଅର୍ କ୍ଲର୍କ ପାଇଁ ମୋଟ ୨୫୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିମଧ୍ୟରେ ରହିଛି ୧୭୧ଟି ଜୁନିଅର ଏବଂ ୮୦ଟି ସିନିଅର୍ କ୍ଲର୍କ ପଦବୀ। ଇଚ୍ଛୁକ ପ୍ରାର୍ଥୀମାନେ ଜାନୁଆରି ୧୯ ତାରିଖ ଅର୍ଥାତ୍‌ ଆସନ୍ତାକାଲି ମଧ୍ୟରେ ଆବେଦନ କରିପାରିବେ।

ଜୁନିଅର୍ କ୍ଲର୍କ

ଜୁନିଅର୍ କ୍ଲର୍କ ପାଇଁ ରହିଛି ମୋଟ୍‌ ୧୭୧ଟି ପଦବୀ। ୯୪ଟି ସାଧାରଣବର୍ଗଙ୍କ ପାଇଁ ରହିଥିବା ବେଳେ ୨୧ଟି ଅନୁସୂଚିତ ଜାତି (ଏସସି), ୧୩ଟି ଅନୁସୂଚିତ ଜନଜାତି (ଏସଟି) ଏବଂ ୪୩ଟି ଓବିସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।

ଶିକ୍ଷାଗତ ଯୋଗ୍ୟତା

ଦ୍ୱାଦଶ ଶ୍ରେଣୀ ପାସ୍ କରିବା ସହ ଇଂରାଜୀରେ ମିନିଟ୍ ପିଛା ୩୦ଟି ଏବଂ ହିନ୍ଦୀରେ ମିନିଟ୍ ପିଛା ୨୫ଟି ଶବ୍ଦ ଟାଇପ୍ କରିପାରୁଥିବା ପ୍ରାର୍ଥୀ ଜୁନିଅର୍ କ୍ଲର୍କ ପଦ ପାଇଁ ଆବେଦନ କରିପାପିବେ।

ସିନିଅର୍ କ୍ଲର୍କ

ସିନିଅର୍ କ୍ଲର୍କ  ପାଇଁ ଥିବା ମୋଟ ୮୦ଟି ପଦବୀ ରହିଛି। ସେଥିମଧ୍ୟରୁ ୫୨ଟି ସାଧାରଣବର୍ଗଙ୍କ ପାଇଁ ରହିଥିବା ବେଳେ ୫ଟି ଅନୁସୂଚିତ ଜାତି (ଏସସି), ୬ଟି ଅନୁସୂଚିତ ଜନଜାତି (ଏସଟି) ଏବଂ ୧୭ଟି ଓବିସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।

ଶିକ୍ଷାଗତ ଯୋଗ୍ୟତା

ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ।

ବୟସ ସୀମା:

ସାଧାରଣବର୍ଗ – ୪୨ ବର୍ଷ

ଓବିସିମାନଙ୍କ ପାଇଁ -୪୫ ବର୍ଷ

ଏସସି/ଏସଟିମାନଙ୍କ ପାଇଁ – ୪୭ ବର୍ଷ

କିପରି କରିବେ ଆବେଦନ?

୧- ଇଛୁକ ପ୍ରାର୍ଥୀମାନେ ଓ୍ୱେବ୍‌ସାଇଟ୍  www.rrccr.com କୁ ଯାଇ ଜୁନିଅର ଏବଂ ସିନିଅର୍ କ୍ଲର୍କ ପଦବୀ ପାଇଁ ଆବେଦନ କରିପାରିବ।

୨- ଆବଶ୍ୟକୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଶିକ୍ଷାଗତ ପ୍ରମାଣପତ୍ର, ସ୍କାନ୍‍ ହୋଇଥିବା ଫଟୋ ଏବଂ ଦସ୍ତଖତ ଅପଲୋଡ କରିବାକୁ ପଡ଼ିବ।

୩- ଆବେଦନ ପ୍ରକ୍ରିୟା ସମୟରେ ଦିଆଯାଇଥିବା ରେଜିଷ୍ଟ୍ରେସନ୍ ଆଇଡିକୁ ଆବେଦନକାରୀମାନେ ପାଖରେ ରଖିପାରିବେ।

Comment