ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେଡ୍‌ରେ ୩୫ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ଫେବ୍ରୁଆରି ୪ ତାରିଖ ଯାଏଁ ଆବେଦନ କରିପାରିବେ। ଏହି ୩୫ଟି ପଦବୀ ମଧ୍ୟରୁ ୩ଟି ଏସ୍‌ସିଙ୍କ ପାଇଁ, ୩ଟି ଏସ୍‌ଟିଙ୍କ ପାଇଁ, ୮ଟି ଓବିସିଙ୍କ ପାଇଁ, ୩ଟି ଭିନ୍ନକ୍ଷମଙ୍କ ପାଇଁ ଏବଂ ୧୮ଟି ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ।

 ଶିକ୍ଷାଗତ ଯୋଗ୍ୟତା

ବି.ଇ/ବି.ଟେକ୍‌ରେ ଅତିକମ୍‌ରେ ୬୦% ମାର୍କ ହାସଲ କରିଥବେ।

ଏହା ବ୍ୟତୀତ ୨୦୧୯ ଗେଟ୍‌ ସି.ଇ ପେପର୍‌ରେ ପରୀକ୍ଷା ଦେଇ ପାସ୍‌ କରିଥିବେ।

 ବୟସ ସୀମା୨୦୨୦ ଜାନୁଆରି ୧ ସୁଦ୍ଧା ୨୮ ବର୍ଷରୁ କମ୍‌ ବୟସ ହୋଇଥିବ।

 ଦରମା୫୦,୦୦୦ ରୁ ୧,୬୦,୦୦୦ ଟଙ୍କା

 ଆବେଦନ ପ୍ରକ୍ରିୟା

ଆବେଦନକାରୀମାନେ ଏହି ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ସେଠାରେ ସୂଚିତ ସମସ୍ତ ତଥ୍ୟ ତଥା ଶିକ୍ଷାଗତ କାଗଜପତ୍ର ଏବଂ ପ୍ରମାଣପତ୍ର ଦାଖଲ କରିବାକୁ ହେବ।

ଏହି ବିଜ୍ଞପ୍ତି ସମ୍ବନ୍ଧିତ ଯେକୌଣସି ତଥ୍ୟ ଜାଣିବା ପାଇଁ www.delhimetrorail.com ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment