ଓଡ଼ିଶାଲାଇଭ୍ ବ୍ୟୁରୋ

  • ମାୟୋପିଆସଚେତନତା ପାଇଁମାଇଁସାଇକ୍ଲୋଥନ୍‌’
  • ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରୁ ସାଇକେଲ ଯାତ୍ରାର ଶୁଭାରମ୍ଭ
  • ଉଦ୍ଘାଟନ କଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ
  • ସିଦ୍ଧାନ୍ତ ମହାପାତ୍ରମାଇଁସାଇକ୍ଲୋଥନ ବ୍ରାଣ୍ଡ ଆମ୍ବାସଡର୍
  • ମେଗା କ୍ୟାମ୍ପେନରେ ସାମିଲ ହେଲେ ୪୫୦ରୁ ଅଧିକ ଲୋକ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଲା ମାଇଁସାଇକ୍ଲୋଥନ୍ କାର୍ଯ୍ୟକ୍ରମ। ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଶିଶୁ ଓ କିଶୋରମାନଙ୍କଠାରେ ଦେଖାଯାଉଥିବା ‘ମାୟୋପିଆ’ର ସଚେତନତା ପାଇଁ ଏହି ସାଇକେଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା।ରବିବାର ସକାଳ ୬ଟା୩୦ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପତାକା ଦେଖାଇ ‘ମାଇସାଇକ୍ଲୋଥନ୍- ବେଟର୍‌ ହେଲ୍‌ଥ, ବେଟର୍ ସାଇଟ୍’କୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ସଂଗୃହିତ ହୋଇଥିବା ଅର୍ଥକୁ ମାୟୋପିଆରେ ପୀଡ଼ିତ ଶିଶୁ ଓ କିଶୋରଙ୍କୁ ମାଗଣାରେ ଚିକିତ୍ସା କରିବା ସହ ଚଷମା ଯୋଗାଇଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି।ମାଇଁସାଇକ୍ଲୋଥନ୍‌ର ବ୍ରାଣ୍ଡ ଆମ୍ଵାସଡର୍ ରହିଥିବା ଓଲିଉଡ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ନିଜେ ସାଇକେଲ୍ ଚଲାଇ ଏହି ଯାତ୍ରାକୁ ଆରମ୍ଭ କରିଥିଲେ। ମାଇଁସାଇକ୍ଲୋଥନ୍‌ର ଅନ୍ୟ ଦୁଇଟି ପର୍ଯ୍ୟାୟକୁ ଅର୍ଜୁନ ପୁରସ୍କାର ବିଜେତା ମିନତୀ ମହାପାତ୍ର ଓ ଏମ.ସି.ଏଲ୍‌ର ପ୍ରତିନିଧି ଅରବିନ୍ଦ ସାହୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଲିମ୍‌ପ୍ରାପ୍ତ ସାଇକେଲ ଆରୋହୀଙ୍କ ସମେତ ୪୫୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଅଂଶଗ୍ରହଣ କରିଥିଲେ।ସାଇକେଲ୍ ଶୋଭାଯାତ୍ରା ଶେଷ ହେବାପରେ ପୁରସ୍କାର ବିତରଣ ଉତ୍ସବ ମଧ୍ୟ ଆୟୋଜନ କରାଯାଇଥିଲା। ପୋଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଏମ୍‌.ସି.ଏଲ୍‌ ଡାଇରେକ୍ଟର ଫିନାନ୍ସ କେ ଆର୍‌ ବାସୁଦେୱନ୍‌, ସିଏସ୍‌ଆରର ଜେନେରାଲ ମ୍ୟାନେଜର ଏମ୍‌.ସି.ଏଲ୍‌ ବି ସାଇରାମ୍‌ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ଯୋଗ ଦେଇଥିଲେ।ଶେଷରେ ଏଲ୍.ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପଟିଆ କ୍ୟାମ୍ପସର ନିର୍ଦ୍ଦେଶକ ଡକ୍ଟର ସୂର୍ଯ୍ୟସ୍ନାତ ରଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା।

Comment