ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥର ଶଙ୍ଖାଭଙ୍ଗା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ବୃଦ୍ଧ ଜଣକ ହେଉଛନ୍ତି ୫୦ ବର୍ଷୀୟ କାଲା ମାରାଣ୍ଡି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି।

ଶନିବାର ରାତିରେ ସମ୍ପର୍କୀୟଙ୍କ ଘରୁ ନିଜ ଘର ଶଢ଼େଇକଳାକୁ ମଟରସାଇକେଲ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ରବିବାର ସକାଳୁ ଶଙ୍ଖାଭଙ୍ଗା ଗ୍ରାମବସୀ ରାସ୍ତା କଡ଼ରେ କଲା ମାରାଣ୍ଡିଙ୍କ ମୃତ ଶରୀର ଏବଂ ବାଇକ ପଡ଼ିଥିବାର ଦେଖି ବାରିପଦା ସଦରଥାନାକୁ ଖବର ଦେଇଥିଲେ। ଖବରପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଛି।

Comment