ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡର ସମସ୍ତ ରେଲୱେ ବୋର୍ଡରୁ ଉର୍ଦ୍ଦୁ ଭାଷାକୁ ହଟାଯିବ। ଏହା ବଦଳରେ ସେହି ବୋର୍ଡରେ ସଂସ୍କୃତ ଭାଷାରେ ଷ୍ଟେସନର ନାଁ ଲେଖାଯିବ। ସଂସ୍କୃତ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ରେଳ ବିଭାଗ ଏଭଳି ନିଷ୍ପତ୍ତି ନେଇଛି।

ରେଲୱେ ବୋର୍ଡର ନିୟମ ଅନୁସାରେ ସବୁ ରାଜ୍ୟର ଷ୍ଟେସନ ବୋର୍ଡରେ ଇଂରାଜୀ, ହିନ୍ଦୀ ଓ ରାଜ୍ୟର ଦ୍ୱିତୀୟ ରାଜଭାଷାରେ ନାଁ ଲେଖାଯିବ। ସେହି ଅନୁସାରେ ଉତ୍ତର ଭାରତର ଅନେକ ରାଜ୍ୟରେ ଇଂରାଜୀ, ହିନ୍ଦୀ ସହ ଉର୍ଦ୍ଦୁ ଭାଷାରେ ଷ୍ଟେସନ ଲେଖାଥିବା ଦେଖିବାକୁ ମିଳିଥାଏ। ୨୦୧୦ ମସିହାରେ ଉତ୍ତରାଖଣ୍ଡ ସରକାର ସଂସ୍କୃତ ଭାଷାକୁ ରାଜ୍ୟର ଦ୍ୱିତୀୟ ରାଜଭାଷା ଭାବେ ଘୋଷଣା କରିଥିଲେ। ଏହାପରେ ମଧ୍ୟ ଉତ୍ତରାଖଣ୍ଡରେ ବିଭିନ୍ନ ଷ୍ଟେସନରେ ଇଂରାଜୀ, ହିନ୍ଦୀ ସହ ଉର୍ଦ୍ଦୁ ଭାଷାରେ ଷ୍ଟେସନର ନାଁ ଲେଖାଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରେଲୱେ ବୋର୍ଡର ସିନିୟର ଡିଭିଜିନାଲ୍ କମର୍ସିଆଲ୍ ମ୍ୟାନେଜର ରେଖା ଶର୍ମା କହିଛନ୍ତି ଯେ ରାଜ୍ୟର ସମସ୍ତ ଷ୍ଟେସନର ନାଁ’କୁ ସଂସ୍କୃତରେ ଲେଖିବା ନିଶ୍ଚିତ ପକ୍ଷେ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ସମସ୍ତ ଷ୍ଟେସନର ନାଁ’କୁ ନିର୍ଭୁଲ ଭାବେ ଲେଖିବାକୁ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here