ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେନ୍ ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ନୂଆବର୍ଷରୁ ଟ୍ରେନ୍ ଦର ମହଙ୍ଗା ହୋଇପାରେ। ଏନେଇ ରେଲୱେ ବୋର୍ଡର ଅଧ୍ୟକ୍ଷ ବି କେ ଯାଦବ ସୂଚନା ଦେଇଛନ୍ତି।

ନୂଆବର୍ଷରୁ ରେଲୱେ କିଲୋମିଟର ପ୍ରତି ତା’ର ଭଡ଼ାକୁ ୫ରୁ ୪୦ ପଇସା ବଢ଼ାଇବାକୁ ଯାଉଛି। ଏକ୍ସପ୍ରେସ ଟ୍ରେନଠାରୁ ଆରମ୍ଭ କରି ପାସେଞ୍ଜର ଟ୍ରେନ ପର୍ଯ୍ୟନ୍ତ ସବୁଥିରେ ଭଡ଼ା ବଢ଼ିବ ବୋଲି ସୂଚନା ମିଳିଛି।ରେଲୱେ ବୋର୍ଡ ଅଧ୍ୟକ୍ଷ ବି କେ ଯାଦବଙ୍କ କହିବା ଅନୁସାରେ, ବର୍ତ୍ତମାନ ଭାରତୀୟ ରେଳ ପିଛା ସରକାର ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହି ଅନୁସାରେ ସେଥିରୁ ଆୟ ହୋଇପାରୁନାହିଁ। ତେଣୁ ଟ୍ରେନ୍ ଭଡ଼ା ବଢ଼ାଇବାକୁ ଯୋଜନା କରାଯାଉଛି। ତେବେ ଟ୍ରେନ୍ ଭଡ଼ା ବଢ଼ାଇବା ପୂର୍ବରୁ ଏନେଇ ସର୍ବିଶେଷ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

କିଛି ଦିନ ପୂର୍ବେ ରେଲୱେ ବୋର୍ଡ ଟ୍ରେନରେ ମିଳୁଥିବା ଖାଇବାର ଦାମକୁ ମଧ୍ୟ ବଢ଼ାଇ ଦେଇଥିଲା। ପୂର୍ବରୁ ଯେଉଁ ଦାମରେ ଟ୍ରେନରେ ଖାଇବା ମିଳୁଥିଲା ଏବେ ତାହାକୁ ବୃଦ୍ଧି କରିଦିଆଯାଇଛି।

LEAVE A REPLY

Please enter your comment!
Please enter your name here