ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ସୂଚନା। ଏଣିକି ସେମାନେ ଟ୍ରେନରେ ଯାତ୍ରା କରୁଥିବା ବେଳେ ଖାଦ୍ୟ କିଣିଲେ ଅଧିକ ଟଙ୍କା ଦେବାକୁ ପଡ଼ିବ। ନୂଆ ଦାମ ସହ ରେଲୱେ ବୋର୍ଡ ନିଜର ମେନ୍ୟୁ କାର୍ଡ ଘୋଷଣା କରିଛି।ନୂଆ ମେନ୍ୟୁ କାର୍ଡରେ ରେଲୱେ ତରଫରୁ ଦିଆଯାଉଥିବା ଖାଦ୍ୟପଦାର୍ଥର ଦରଦାମକୁ ବୃଦ୍ଧି କରାଯାଇଛି। ମେଲ୍ ଏକ୍ସପ୍ରେସ୍, ରାଜଧାନୀ ଏକ୍ସପ୍ରେସ ସମେତ ଶତାବ୍ଦୀ ଓ ଦୂରନ୍ତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏଣିକି ଖାଦ୍ୟ ପାଇବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

ନୂଆ ଦାମ ଅନୁସାରେ ଏଣିକି ଭେଜ୍ ବ୍ରେକଫାଷ୍ଟ ପାଇଁ ଯାତ୍ରୀଙ୍କୁ ୩୫ଟଙ୍କା ଓ ନନ୍ ଭେଜ୍ ବ୍ରେକଫାଷ୍ଟ ପାଇଁ ୪୫ଟଙ୍କା ଦେବାକୁ ପଡ଼ିବ। ସେହିପରି ଭେଜ୍ ମିଲ୍ ପାଇଁ ଯାତ୍ରୀମାନଙ୍କୁ ୭୦ଟଙ୍କା ଦେବାକୁ ପଡ଼ିବ। ଏହାସହ ନିରାମିଷ ଖାଇବା ମଧ୍ୟରେ ଅଣ୍ଡା ଓ ଚିକେନ୍ ମିଲର ଦାମ୍ ୧୨୦ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପଟେ ଟ୍ରେନରେ ବିରିୟାନୀ ଖାଇବାକୁ ହେଲେ ଏବେ ଆପଣଙ୍କୁ ଅତିକମରେ ୧୦୦ଟଙ୍କା ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here