ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୨  ତାରିଖରୁ ଦେଶରେ ଚଳାଚଳ କରିବ ୮୦ଟି ସ୍ୱତନ୍ତ୍ର ଟ୍ରେନ୍। ଏଥିପାଇଁ ସେପ୍ଟେମ୍ବର ୧୦ ତାରିଖରୁ ଟିକେଟ ରିଜର୍ଭେସନ ଆରମ୍ଭ ହେବ। ଏନେଇ ରେଳବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ସୂଚନା ଦେଇଛନ୍ତି।

ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଯେଉଁଠି ଆବଶ୍ୟକ ଥିବା ସେଠାରେ ଚଳାଚଳ କରିବ। ବର୍ତ୍ତମାନ ଚାଲୁଥିବା ୨୩୦ଟି ଟ୍ରେନ୍ ସହିତ ଏହି ୮୦ଟି ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନଗୁଡ଼ିକ ମଧ୍ୟରେ ଅହମ୍ମଦାବାଦରୁ ପୁରୀ ଓ ପୁରୀରୁ ଦୁର୍ଗ ଯିବା ପାଇଁ ଏକ୍ସପ୍ରେସ୍ ଟ୍ରେନ୍ ରହିଥିବା ସୂଚନା ମିଳିଛି।BGUରେଳ ବୋର୍ଡର ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, ପରୀକ୍ଷା କିମ୍ବା ଅନ୍ୟ କୌଣସି ସ୍ୱତନ୍ତ୍ର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ଟ୍ରେନ୍ ଚଳାଚଳ କରିବ। ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଆଗୁଆ ରିଜର୍ଭେସନ କରିବାକୁ ପଡ଼ିବ। ଏହାଦ୍ୱାରା ରେଳ ଚଳାଚଳ କରିବା ପାଇଁ ଯେଉଁ ଅସୁବିଧା ହେଉଛି ତାହାକୁ ଦୂର କରାଯାଇପାରିବ ବୋଲି ଆଶା ରଖାଯାଇଛି।

Comment