ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ସବୁବେଳେ ଟ୍ରେନରେ ବସି ଯାତ୍ରା କରିଥିବେ। ଟ୍ରେନରେ ଯିବାକୁ ହେଲେ ଆପଣଙ୍କୁ ଷ୍ଟେସନର ପ୍ଲାଟଫର୍ମକୁ ଯିବାକୁ ପଡ଼ିଥାଏ। ଆପଣ ସେହି ସମୟରେ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି ଯେ, ଷ୍ଟେସନର ସବୁଆଡ଼େ ହଳଦିଆ ରଙ୍ଗର ଟାଇଲ୍ସରେ ଗାର ପଡ଼ିଥାଏ। ଏହ ପଛର କାରଣ କ’ଣ ଆପଣ ଜାଣିଛନ୍ତି କି?

ଷ୍ଟେସନର ଚାରିଆଡ଼େ ଏହି ହଳଦିଆ ରଙ୍ଗର ଲାଇନ୍ ଆପଣ ଦେଖିବାକୁ ପାଇଥାନ୍ତି। ଏହା ପଛର କାରଣ ଟିକେ ଭିନ୍ନ। ସାଧାରଣ ଲୋକ ଷ୍ଟେସନରେ ଯେଉଁଆଡ଼େ ବି ଦେଖି ଯାଇପାରିବେ। ଯଦି ଜଣେ ଅନ୍ଧ ବ୍ୟକ୍ତି ଷ୍ଟେସନକୁ ଆସେ ତେବେ ସେ ରାସ୍ତା ଖୋଜି ପାଇବାକୁ କଷ୍ଟ ହେବ। ଏପରିକି ସେ ଟ୍ରେନ ଲାଇନ୍ ଉପରକୁ ମଧ୍ୟ ଚାଲିଆସିପାରନ୍ତି।

ଏହି ଅନ୍ଧ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ହଳଦିଆ ଲାଇନକୁ କରାଯାଇଛି। ଏହି ଲାଇନ୍ ଗୁଡିକ ହଳଦିଆ ରଙ୍ଗର ଏକ ଭିନ୍ନ ପ୍ରକାର ଟାଇଲ୍ସରେ ନିର୍ମାଣ କରାଯାଇଥାଏ। ଏହା ସାହାଯ୍ୟରେ ଅନ୍ଧ ବ୍ୟକ୍ତିମାନେ ସୁରକ୍ଷିତ ଭାବେ ଷ୍ଟେସନରେ ଚଳପ୍ରଚଳ କରିପାରିଥାନ୍ତି।

ଏହା ସହ ପ୍ଲାଟଫର୍ମରେ ମଧ୍ୟ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ହଳଦିଆ ରଙ୍ଗର ଲାଇନ୍ ତିଆରି କରାଯାଇଥାଏ। ଦ୍ରୁତିଗତିରେ ଆସୁଥିବା ଟ୍ରେନଠୁ ଦୂରରେ ରହିବା ପାଇଁ ଏହି ହଳଦିଆ ରଙ୍ଗର ଲାଇନ୍ ପ୍ଲାର୍ଟଫର୍ମରେ ରହିଥାଏ।

Comment