ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲୁଥିବା ଅବସ୍ଥାରେ ଟ୍ରେନରୁ ଡେଇଁ ପଡ଼ିଲେ ଦୁଇ ଯୁବତୀ। ଏଫରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ଷ୍ଟେସନରେ। ପୁରୀରୁ ହରଦ୍ଵାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସରୁ ସେମାନେ ଡିଆଁ ମାରିଥିଲେ। ପରେ ତାଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଜଣେ ଯୁବତୀଙ୍କ ଗୋଡ଼ କଟିଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଛି।

ଯୁବତୀ ଦୁଇ ଜଣ ହେଉଛନ୍ତି ଜ୍ୟୋସ୍ନା ନାଏକ ଓ ଧନମତୀ। ଏହି ଦୁଇଜଣ ବାଗଡିହିକୁ ଯିବା ପାଇଁ ବାମରା ଷ୍ଟେସନରୁ ଏହି ଟ୍ରେନରେ ବସିଥିଲେ। ହେଲେ ଟ୍ରେନ ବାମରା ପରେ ବାଗଡିହରେ ନରହି ଝାରସୁଗୁଡ଼ାରେ ଅଟକି ଥାଏ। ଏକଥା ଜାଣିବା ପରେ ଦୁଇଜଣ ବ୍ୟସ୍ତ ହୋଇ ପଡ଼ିଥିଲେ।

ବାଗଡିହି ଷ୍ଟେସନଠାରୁ ଟିକେ ଆଗକୁ ଯିବା ପରେ ରେଳ ଧାରଣ ମରାମତି ହେଉଥିବାରୁ ଟ୍ରେନ ବେଗ କମି ଥିଲା। ଏହାର ସୁଯୋଗ ନେଇ ଦୁଇଜଣ ଯୁବତୀ ଟ୍ରେନରୁ ଡେଇଁ ପଡ଼ିଥିଲେ।

Comment