ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳର ଏକ ହୋଟେଲରୁ ମିଳିଲା ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହ। ନେପାଳର ଦାମନରେ ଥିବା ଏଭରେଷ୍ଟ ପେନୋରମା ରିସର୍ଟର ହୋଟେଲରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ କେରଳର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ, ଦୁଇ ଜଣ ଝିଅ ଓ ଦୁଇ ଜଣ ପୁଅ ଥିବା ଜଣାପଡ଼ିଛି।
ମୃତକମାନେ ହେଲେ ପ୍ରବୀଣ କୁମାର ନାୟର, ଶରଣ୍ୟା, ରଞ୍ଜିତ କୁମାର ଟିବି, ହିନ୍ଦୁ ରଞ୍ଜିତ, ଶ୍ରୀ ଭଦ୍ରା, ଅଭିନାଭ ସୋରୟା, ଅଭି ନାୟର ଓ ବଷ୍ଣବ ରଞ୍ଜିତ। ସେମାନେ ନେପାଳକୁ ବୁଲିବାକୁ ଯାଇଥିବା ଜଣାପଡ଼ିଛି।
ମୃତଦେହ ମିଳିବା ଖବର ପରେ ମକଓ୍ଵାନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ଯାଞ୍ଚ ଆରମ୍ଭ କକରିଥିଲେ। ଯାଞ୍ଚରୁ ଜଣାପଡ଼ିଛି ଯେ, ପ୍ରବଳ ଥଣ୍ଡା ହେଉଥିବାରୁ ସେହି କୋଠରୀରେ ଗ୍ୟାସ ହିଟର ଲଗାଯାଇଥିଲା। ଏହି ହିଟରରୁ ଗ୍ୟାସ ଲିକ୍ ହେବା ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।


















