ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛି ମାସ ହେବ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଲାଗି ରହିଛି। ଏହି ବିବାଦକୁ ହ୍ରାସ କରିବା ପାଇଁ ଆଜି ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ନିକଟରେ ଭାରତ ଏବଂ ନେପାଳ ମଧ୍ୟରେ ଅନେକ ପ୍ରସଙ୍ଗରେ ମତଭେଦ ପରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।BGU

ଏହି କ୍ରମରେ ଆଜି ଭାରତ ଏବଂ ନେପାଳର ବୈଦେଶିକ ସଚିବମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ନେପାଳରେ ଭାରତ ଦ୍ୱାରା ପରିଚାଳିତ ବିକାଶମୂଳକ ପ୍ରକଳ୍ପ ବ୍ୟତୀତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ନେପାଳ ମଧ୍ୟରେ ଏହି ବୈଠକ ହେବ।

ନେପାଳଭାରତର ତିନୋଟି ଅଂଶକୁ ନିଜର କହିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ହୋଇଥିଲା। ଏହି ବିବାଦ ପରେ ଦୁଇ ଦେଶ ମଧ୍ୟରେ ଆଜି ପ୍ରଥମ ବୈଠକ ହେଉଛି।

Comment