ଓଡ଼ିଶାଲାଇଭ୍‌ ବ୍ୟୁରୋindian-army-chief

ଚୀନ୍ ସହିତ ବିବାଦ ମଧ୍ୟରେ ଭାରତୀୟ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ନେପାଳ ଗସ୍ତ କରିବେ। ନଭେମ୍ବର ୪ରୁ ୬ ତିନି ଦିନିଆ ଗସ୍ତ କରି ନେପାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ସେନାମୁଖ୍ୟ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ନରଓ୍ୱାଣେ ଭେଟିବେ। ଏହାଛଡ଼ା କାଠମାଣ୍ଡୁରେ ଏକ ସମାରୋହରେ ଜେନେରାଲ ନରଓ୍ୱାଣେଙ୍କୁ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ‘ଜେନେରାଲ୍ ଅଫ୍ ନେପାଳ ଆର୍ମି’ ସମ୍ମାନଜନକ ପଦବୀ ପ୍ରଦାନ କରିବେ।

ଏହି ଗସ୍ତରେ ନରଓ୍ୱାଣେ ନେପାଳର ସେନାମୁଖ୍ୟ ଜେନେରାଲ ପୂର୍ଣ୍ଣ ଚନ୍ଦ୍ର ଥାପ୍ପାଙ୍କ ସମେତ ବରିଷ୍ଠ ସେନା ଅଧିକାରୀଙ୍କ ସହ ସାକ୍ଷାତ କରିବେ। ସୀମା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ନେପାଳର ନୂଆ ମାନଚିତ୍ର ପ୍ରକାଶ ପାଇବା ପରେ ଭାରତ ସହ ନେପାଳର ସମ୍ପର୍କ ଖରାପ ହୋଇଥିଲା। କାରଣ ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ଦର୍ଶାଇଥିଲା। ତେବେ ଭାରତ ନେପାଳ ନକ୍ସା ବିବାଦ ପରେ ପ୍ରଥମ ଥର ପାଇଁ ନେପାଳ ଗସ୍ତ କରିବେ ନରଓ୍ୱାଣେ।

Comment