ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳରେ ୪୦ ଏକର ଜମିରେ ନିର୍ମାଣ ହେବ ବିଶାଳ ଅଯୋଧ୍ୟାପୁରୀ ଧାମ। ଚିତବନ ଜିଲ୍ଲା ଅନ୍ତର୍ଗତ ମାଡି ନଗରପାଳିରେ ଏହି ଅଯୋଧ୍ୟାପୁରୀ ଧାମ ନିର୍ମାଣ କରିବାକୁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅନୁମତି ଦେଇଥିବା ଜଣାପଡ଼ିଛି।

କିଛି ଦିନ ତଳେ ରାମଙ୍କ ଜନ୍ମଭୂମି ଅଯୋଧ୍ୟା ଭାରତରେ ନୁହେଁ ବଂର ନେପାଳରେ ବୋଲି କେପି ଓଲି କହିଥିଲେ। ଏହାପରେ ଏହି ମନ୍ତବ୍ୟକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା। ବିଜେପି ଓ ଭାରତର ଅନେକ ନେତା ଏନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ।

ଏହି ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ଏନେଇ ଆହୁରି ଅଧିକ ଅନୁସନ୍ଧାନ କରିବାକୁ ତାଙ୍କ ଦେଶରେ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମାଡି ନଗରପାଳିକାର ମେୟରଙ୍କୁ ଏହି ଅଯୋଧ୍ୟାପୁରୀ ନିର୍ମାଣ କରିବାକୁ କହିଛନ୍ତି। ମୋଟ ୪୦ ଏକର ଜମିରେ ଏହି ଅଯୋଧ୍ୟାପୁରୀ ଧାମ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ଏହି ଅଯୋଧ୍ୟାପୁରୀ ଧାମର ନିର୍ମାଣ ହେବାପରେ ଏହାର ଆଖପାଖ ଅଞ୍ଚଳର ମଧ୍ୟ ବିକାଶ ହୋଇପାରିବ। ଅଯୋଧ୍ୟାପୁରୀରୁ ଲାଗି ରହିଥିବା ବାଲ୍ମିକୀ ଆଶ୍ରମ, ଲବକୁଶଙ୍କ ଜନ୍ମସ୍ଥାନର ମଧ୍ୟ ବିକାଶ କରାଯିବ ବୋଲି ନେପାଳ ପ୍ରଧାନମନ୍ତ୍ରୀ କେପ ଓଲି କହିଛନ୍ତି।

Comment