ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଫେନ୍ସ ରିସର୍ଚ୍ଚ ଏଣ୍ଡ ଡେଭେଲପ୍‌ମେଣ୍ଟ ଅର୍‌ଗାନାଇଜେସନ୍‌ (ଡିଆର୍‌ଡିଓ)ରେ ୧୮୧୭ଟି ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି।

ଏଥିମଧ୍ୟରୁ ୧୬୩ଟି ପଦବୀ ଏସ୍‌ସି ପାଇଁ, ୧୧୪ଟି ଏସ୍‌ଟି ପାଇଁ, ୫୦୩ଟି ଓବିସି ପାଇଁ, ୧୮୮ଟି ଇଡବ୍ଲ୍ୟୁ ପାଇଁ, ୮୪୯ଟି ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ।

ଆବେଦନ କରିବାର ଶେଷ ତାରିଖ – ଜାନୁଆରି ୨୩

ଶିକ୍ଷାଗତ ଯୋଗ୍ୟତା

ଦଶମ ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ ଆଇଟିଆଇ ପାସ୍‌ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ ପାଇଁ ଯୋଗ୍ୟ।

ଦରମା

୧୮,୦୦୦ ରୁ ୫୬,୯୯୯ ଟଙ୍କା

ବୟସ ସୀମା

୧୮ ରୁ ୨୫ ବର୍ଷ ବୟସର ବ୍ୟକ୍ତିମାନେ ଏହି ପଦବୀ ପାଇଁ ଉପଯୁକ୍ତ। ଏସ୍‌ସି, ଏସ୍‌ଟି, ଓବିସି, ବିଧବା ମହିଳା, ଶାରୀରିକ ଅକ୍ଷମ ଆଦିଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି।

ଆବେଦନ ପ୍ରକ୍ରିୟା 

ଆବେଦନକାରୀମାନେ ଡିଆର୍‌ଡିଓର ଓ୍ଵେବ୍‌ସାଇଟ୍‌କୁ ଯାଇ ଆବେଦନପତ୍ର ପୂରଣ କରିବା ସହ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ଫଟୋ ଏବଂ ଦସ୍ତଖତ ଆଦିର ସ୍କାନ୍‌ କପିକୁ ଅନ୍‌ଲାଇନ୍‌ ଦାଖଲ କରିବେ।

ଆବେଦନ ଶୁଳ୍କ

ଆବେଦନ ଶୁଳ୍ପ ୧୦୦ ଟଙ୍କା ରଖାଯାଇଛି। ଏହାକୁ ଆପଣ ଅନ୍‌ଲାଇନ୍‌ ଜରିଆରେ ପେମେଣ୍ଟ କରିବାକୁ ପଡ଼ିବ।

ଏହି ପଦବୀ ସମ୍ବନ୍ଧିତ ସମସ୍ତ ଦରକାରୀ ତଥ୍ୟ ବିଷୟରେ ଜାଣିବା ପାଇଁ www.drdo.gov.in ଓ୍ଵେବ୍‌ସାଇଟ୍‌କୁ ଯାଇପାରିବେ।

Comment