ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ କ୍ରୁଜ ମିସାଇଲ ‘ଆଇଟିସିଏମ’ର ସଫଳତାର ସହ ପରୀକ୍ଷଣ କରାଯାଇଛି। ମଙ୍ଗଳବାର ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ ହୋଇଥିଲା। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୧୦୦୦ କିଲୋମିଟର ରହିଛି।

ଆଇଟିସିଏମ କ୍ଷେପଣାସ୍ତ୍ର ଡିଆରଡିଓ ଦ୍ଵାରା ପୂର୍ବରୁ ବିକଶିତ ହୋଇଥିବା ‘ନିର୍ଭୟ’ ସବସୋନିକ୍ କ୍ରୁଜ ମିସାଇଲର ଏକ ବିକଶିତ ଭର୍ସନ। ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲ ଭୂମିରୁ ଅକାଶମାର୍ଗରେ ଲକ୍ଷ୍ୟକୁ ସହଜରେ ଭେଦ କରିପାରିବ।

ଆଇଟିସିଏମ ମିସାଇଲର ଲମ୍ବ ୬ ମିଟର ଏବଂ ଏହାର ୧୫୦୦ କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଡିଆରଡିଓ ଓ ଭାରତ ଡାଇନାମିକ ଲିମିଟେଡ୍‌ କମ୍ପାନି ମିଳିତ ଭାବେ ଏହାର ନିର୍ମାଣ କରିଛନ୍ତି।

Tags: #ITCMMissile #Successfultest #DRDO #Chandipur #MinistryofDefence #India #odisha

LEAVE A REPLY

Please enter your comment!
Please enter your name here