ଓଡ଼ିଶାଲାଇଭ୍‌ ବ୍ୟୁରୋ

ସତ ହେଲା ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ। ରାଜ୍ୟ ସରକାରଙ୍କ ସହଯୋଗରେ ବୁଧବାର ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା। ଦିବ୍ୟାଙ୍କ ପିଲାଙ୍କ ସ୍ୱପ୍ନ ପୂରା କରିଛି ‘ସ୍ୱାଭିମାନ’ ନାମକ ଏକ ଏନ୍‌ଜିଓ ସଂସ୍ଥା। ଆଲିୟାନ୍ସ ଏୟାର ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନରେ ପିଲାମାନେ ଆଜି ସକାଳେ ଉଡ଼ାଣ ଭରିଥିଲେ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଏୟାରପୋର୍ଟ ଅର୍ଥରିଟି ଅଫ୍‌ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହା ସଫଳ ହୋଇଛି। ଆକାଶରେ ବିମାନରେ ଉଡ଼ିବା ବେଳେ ପିଲାମାନେ ଗୀତ ଗାଇ, ତାଳି ମାରି ଏହାର ମଜା ନେଇଥିଲେ।

ରାଜ୍ୟରୁ ୪୩ ଜଣ ଦିବ୍ୟାଙ୍ଗ ପିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଉଡିବେ ବୋଲି ଜାନୁଆରି ୧୯ ତାରିଖରେ ଟୁଇଟ କରି ସୂଚନା ଦେଇଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସକାଳ ୯ଟା ୨୫ ମିନିଟ୍‌ରେ ଉଡାଣ ଆରମ୍ଭ ହୋଇଥିଲା। ଆକାଶରେ ୪୦ ମିନିଟ୍‌ ଧରି ପିଲାମାନେ ବିମାନରେ ଉଡ଼ିଥିଲେ।

LEAVE A REPLY

Please enter your comment!
Please enter your name here