ଓଡ଼ିଶାଲାଇଭ୍ ବ୍ୟରୋ

ରାଜ୍ୟରେ ସୋମବାରଠାରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଉଭୟ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଆସନ୍ତାକାଲିଠାରୁ ଭୁବନେଶ୍ୱର ବିମାନ ବନ୍ଦରରେ ୧୨ଟି ଓ ଝାରସୁଗୁଡ଼ା ବିମାନବନ୍ଦରରୁ ୩ /୪ ଟି ବିମାନ ଉଡ଼ାଣ ଭରିବ। ଏଥିସହ କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ଏଥିରେ ସମସ୍ତ ପ୍ରକାର ନିୟମ ପାଳନ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

ତେବେ ଯେଉଁ ପ୍ରବାସୀମାନେ ବିନା କୌଣସି ସୂଚନାରେ ବିମାନ କିମ୍ବା ଟ୍ରେନ ଯୋଗେ ଓଡ଼ିଶା ଫେରୁଛନ୍ତି ସେମାନେ ରାଜ୍ୟ ସରକାରଙ୍କୁ ସୂଚନା ଦେବାକୁ ସେ ଅନୁରୋଧ କରିଛନ୍ତି। ଏଥିସହ ସେମାନଙ୍କ ଯିବାଆସିବା ପାଇଁ ମଧ୍ୟ ଗାଡ଼ି ଚଳାଚଳକୁ ୨୪  ଘଣ୍ଟା ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

Comment