ଓଡ଼ିଶାଲାଇଭ୍‌ ବ୍ୟୁରୋ

Odisha Tourism Road Show

ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ  ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ବ୍ରାଣ୍ଡ ପରିବର୍ତ୍ତନ କରାଯିବ। ନୂଆ ବ୍ରାଣ୍ଡ ହେବ ‘Odishaah! ଏହାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଅନେକ ଅଜଣା ଓ ଚମତ୍କାର ପର୍ଯ୍ୟଟନ ସ୍ଥଳୀକୁ ଖୋଜି ବାହାର କରିବା। ଏଥିପାଇଁ ବିଭିନ୍ନ ମାର୍କେଟିଙ୍ଗ ସଂସ୍ଥାର ସାହାଯ୍ୟ ନିଆଯିବ। ତା’ ଛଡ଼ା ଡିଜିଟାଲ, ରେଡିଓ, ଟିଭି ଓ ସୋସିଆଲ ମିଡିଆରେ ଏହି ଅଭିଯାନ ଚଳାଯିବ।

ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ସଚିବ ବିଶାଳ ଦେବଙ୍କ କହିବା ଅନୁଯାୟୀ ଏହି ଅଭିଯାନ ଜରିଆରେ ରାଜ୍ୟର ଅନାଲୋଚିତ ପର୍ଯ୍ୟଟନ ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯିବ। ଯେଉଁ ସବୁ ପର୍ଯ୍ୟଟନ ସ୍ଥଳୀ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ ତାହାର ବିକାଶ ପାଇଁ ଉଦ୍ୟମ କରାଯିବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଦେଶ ଓ ବିଦେଶର ପର୍ଯ୍ୟଟକ ବିଶେଷ ଜାଣିନଥିଲେ। କିନ୍ତୁ ଗତ ଦୁଇ ବର୍ଷ ଧରି ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆସିବା ବୃଦ୍ଧି ପାଇଛି ବୋଲି ସଚିବ କହିଛନ୍ତି।

କୋଣାର୍କରେ ଚାଲିଥିବା ମେରାଇନ ଡ୍ରାଇଭ ଏହି ଉଦ୍ୟମର ଅଂଶ ବିଶେଷ। କ୍ରିକେଟ ତାରକା ଅନୀଲ କୁମ୍ବଲେ ଓ ପାପନଙ୍କ ଭଳି ବ୍ୟକ୍ତିଙ୍କୁ ନୂଆ ପର୍ଯ୍ୟଟନ ଅଭିଯାନ ସହ ସାମିଲ କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here