ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଦୁଇ ବୀରପୁତ୍ର ନେତାଜୀ ସୁଭାଷ ବୋଷ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ। ଏହି ଅବସରରେ ଦୁଇ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟୁଇଟ କରି ମୁଖ୍ୟମନ୍ତ୍ରୀ ଟୁଇଟରେ ଲେଖିଛନ୍ତି, ‘‘ଓଡ଼ିଶାର ବୀର ସନ୍ତାନ, ମହାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ତାଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଦେଶପ୍ରେମ ପାଇଁ ସେ ସର୍ବଦା ସ୍ମରଣୀୟ।

ସେହିପରି ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନବୀନ ଲେଖିଛନ୍ତି,‘‘ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଦେଶର ସ୍ୱାଧୀନତା ସହ ସାଧାରଣ ଆଦିବାସୀ ଜନତାଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସଂଗ୍ରାମ ସର୍ବଦା ଆମକୁ ପ୍ରେରଣା ଯୋଗାଇବ।

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହରରେ ନେତାଜୀ ଜନ୍ମ ଗ୍ରହଣ କରିଥିଲାବେଳେ ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ।

Comment