ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁରରେ ହାତୀ ଆତଙ୍କ। ଗତ ୪ଦିନ ହେବ ପଚ୍ଛିକୋଟ ଜଙ୍ଗଲରୁ ଆସିଥିବା ଏକ ଦନ୍ତାହାତୀ ଗୁରୁବାର ଶଙ୍ଖଚିଲା ଗୋଡ଼ିପାଟଣା ଗାଁକୁ ପଶି ୨ ଜଣ ବ୍ୟକ୍ତିଙ୍କୁ ଦଳି ମାରିଛି। ମୃତ ୨ ବ୍ୟକ୍ତି ହେଲେ ଇଶ୍ୱର ଦାସ ଓ ଚିନ୍ତାମଣି ରାମ। ହାତୀ ଆକ୍ରମଣରେ ବନବିଭାଗ କର୍ମଚାରୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ହାତୀ ଭୟରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓ ବ୍ୟାସନଗରରେ ଆଜି ସମସ୍ତ ପ୍ରାଇମେରୀ ଓ ହାଓସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଉପଦ୍ରବ କରୁଥିବା ହାତୀଟି ଏବେ ଟୁମକ ଜଙ୍ଗଲରେ ଥିବା ଜଣାପଡ଼ିଛି। ହାତୀକୁ ଘଉଡ଼ାଇବାକୁ ଗୁରୁବାର ରାତିରୁ  ବନବିଭାଗ କର୍ମଚାରୀ ଉଦ୍ୟମ ଚଳାଇଥିଲେ।

Comment