ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧ରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା। ଏହାକୁ ସୁରୁଖୁରୁରେ ଶେଷ କରିବାକୁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏହି ମେଳା ଫେବ୍ରୁଆରି ୧ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ଚାଲିବ। ମେଳାକୁ କିପରି ଶାନ୍ତି ଶୃଙ୍ଖଳାରେ ପରିଚାଳନା କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଛି।

ଏହାସହ ଟ୍ରାଫିକ ସମସ୍ୟା, ବିଦ୍ୟୁତ ଓ ପାନୀୟ ଜଳ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ଯାତ୍ରାପାର୍ଟିମାନଙ୍କୁ ଅଶ୍ଲୀଳ ନୃତ୍ୟ ପରିବେଷଣ ନ କରିବା ପାଇଁ ମଧ୍ୟ ତାଗିଦ କରାଯାଇଛି। ଯାତ୍ରା ବେଳେ ପ୍ଲାଷ୍ଟିକ ବ୍ୟବହାର ଉପରେ ମଧ୍ୟ କଟକଣା କରାଯାଇଛି।

ଏହି ମହା କୁମ୍ଭମେଳା ୧୬ ଦିନ ଧରି ଚାଲିବ। ଖଣ୍ଡଗିରି ପାହାଡ଼ରେ ସାଧୁସନ୍ଥମାନେ ଅଖଣ୍ଡ ନାମ ଯଜ୍ଞର ଆୟୋଜନ କରିବେ। ଏହି ଅବସରରେ ଶହଶହ ଭକ୍ତମାନଙ୍କ ସମାଗମ ହେବ। ତେଣୁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।

Comment