ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଟର୍ମିନାଲ-୧ ଏବଂ ଟର୍ମିନାଲ-୨କୁ ଲିଙ୍କ୍ କରିବା ପାଇଁ ନିର୍ମାଣ କରାଯାଉଥିବା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।
ଜଣେ ଶ୍ରମିକଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନବକିଶୋର। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି।
ଛାତ ଭୁଶୁଡ଼ିବା ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚିଛି। ଓଡ୍ରାଫ୍ ଠିମ୍ ବି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


















