ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଗଣତନ୍ତ୍ର ଦିବସ ପରେଡରେ ଏଥର ସ୍ଥାନ ପାଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏହି ମେଢ଼ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସହ ରୁକୁଣା ରଥର ଝଲକ ଦେଖିବାକୁ ମିଳିବ।

ଓଡ଼ିଶାର ଏହି ପ୍ରଜ୍ଞାପନ ମେଢ଼କୁ ଶିଳ୍ପୀ ଗଜେନ୍ଦ୍ର ସାହୁ ନିର୍ମାଣ କରିଛନ୍ତି। ଏହାର ଲମ୍ବ ୬୫ ଫୁଟ୍ ରହିଥିବାବେଳେ, ଉଚ୍ଚତା ୧୬ ଫୁଟ୍ ଓ ଓସାର ୧୪ ଫୁଟ୍ ରହିଛି। ଏଥିସହିତ ମେଢ଼ ପାଇଁ ୬୫ ସେକେଣ୍ଡର ଏକ ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଛି।ମେଢ଼ରେ ଏକ ରୁକୁଣା ରଥକୁ ସୁନ୍ଦର ଭାବେ ସ୍ଥାନିତ କରାଯିବା ସହ ପ୍ରଜ୍ଞାପନ ମେଢ଼ରେ ଶିବଙ୍କ ବାହନ ବୃଷଭ ମଧ୍ୟ ଦେଖିବାକୁ ମିଳିବ। ଏଥିସହିତ ଏକାଦଶ ଶତାବ୍ଦୀର ଐତିହ୍ୟ ଲିଙ୍ଗରାଜ ମନ୍ଦିରର ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିବ।

 

ପ୍ରଜ୍ଞାପନ ମେଢ଼କୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଆଧାରରେ ପ୍ରସ୍ତୁତ କରାଯାଇଛି। ମେଢ଼ଟି ଲୋକମାନଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି।

Comment