ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ। ଓୟୁଏଟି ଫାର୍ମ ଏହାର କେନ୍ଦ୍ରସ୍ଥଳ ହୋଇଥିବାରୁ ମଙ୍ଗଳବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହେବ। ଓୟୁଏଟିଠାରୁ ୧ କିଲୋମିଟର ପରିଧି ଭିତରେ ଯେତେ କୁକୁଡ଼ା ଅଛନ୍ତି ସେମାନଙ୍କୁ ମରାଯାଇ ଗଭୀର ଗାତ ଖୋଳି ପୋତାଯିବ।

କୁକୁଡ଼ା ମାରିବା ପାଇଁ ୧୨ଟି ଟିମ୍‌ ଗଠନ କରାଯାଇଛି। ବାର୍ଡ ଫ୍ଲୁ ପାଇଁ କେନ୍ଦ୍ର ସରକାରଙ୍କର ଯାହା ଗାଇଡଲାଇନ୍‌ ରହିଛି ସେହି ଅନୁସାରେ କୁକୁଡ଼ା ମରାଯିବ।

୭ଟି ଟିମ୍‌ କୁକୁଡ଼ା ମାରିବେ ଏବଂ ଆଉ ୫ଟି ଟିମ୍‌ ଜଗିବେ ବୋଲି ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି। ସତର୍କତାର ସହ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ।

ବାର୍ଡ ଫ୍ଲୁ ଭୟରେ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ପକ୍ଷୀ ବିହାର ଖୋଲା ହେବନି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ଗତ ଦୁଇ ଦିନ ହେଲା ଓୟୁଏଟି ଫାର୍ମରେ କୁକୁଡ଼ା ମରୁଥିଲେ। ଏହାର କାରଣ ଜାଣିବା ପାଇଁ ଓୟୁଏଟି ପକ୍ଷରୁ ମୃତ କୁକୁଡ଼ାଙ୍କ ନମୂନା ଭୋପାଳସ୍ଥିତ ଲାବରୋଟେରୀକୁ ପଠା ଯାଇଥିଲା। ବାର୍ଡ ଫ୍ଲୁ ପାଇଁ କୁକୁଡ଼ା ମରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Comment