ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀରୁ ଜବତ ହେଲା ୧୨୪ ଗ୍ରାମର ବ୍ରାଉନ ସୁଗାର। ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହୋବ ବୋଲି ଅନୁମାନ କରାଯାଉଛି। ଏହି ବ୍ରାଉନ ସୁଗାର କାରବାଗରରେ ଜଣେ ଡିପ୍ଲୋମା ଛାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ଥାନା ପୋଲିସ।

ବ୍ରାଉନ ସୁଗାର କାରବାରରେ ପୁଣି ପୋଲିସ ହାତରେ ଲାଗିଛି ସଫଳତା। ଚନ୍ଦ୍ରଶେଖର ଥାନା ପୋଲିସ ୨୪ ଗ୍ରାମ ବ୍ରାଉନ ସୁଗାର ସହ ୨ଜଣ ଛାତ୍ରଙ୍କୁ ଗିରଫ କରିଛି। ୨ ଛାତ୍ରଙ୍କ ମଧ୍ୟରେ ଜଣେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ଥିବା ବେଳେ ଅନ୍ୟ ଜଣେ ଗ୍ରାଜୁଏସନ୍‌ ଛାତ୍ର ବୋଲି ଜଣାପଡ଼ିଛି।

ଏହାସହ ବାଣୀବିହାରରୁ ସୈନିକ ସ୍କୁଲ ରାସ୍ତାରେ ଜଣେ ବେପାରୀଠାରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ବ୍ରାଉନ ସୁଗାର ମାଫିଆ ବୁଧିଆ ଖାନକୁ ଗିରଫ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here