ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଉ ଶରୀର ପାଇଁ ବହୁତ ଉପକାରୀ। ଲାଉରେ ଜଳୀୟଅଂଶ, ଭିଟାମିନ୍‌ ସି ଏବଂ କ୍ୟାଲସିୟମ୍‌ ଭରପୂର ମାତ୍ରାରେ ଥାଏ। ଲାଉ ଜୁସ୍‌ରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଆସନ୍ତୁ ଜାଣିବା।

  • ଲାଉକୁ ଜୁସ କରି ପିଇବାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।
  • କୋଲେଷ୍ଟ୍ରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ୍ ଲାଉ ଜୁସ୍ ପିଅନ୍ତୁ। ନିୟମିତ ୨ ମାସ କରିବାପରେ କୋଲେଷ୍ଟ୍ରଲ ହ୍ରାସ ପାଇ ଥାଏ
  • ଲାଉ ଖାଇବା ଦ୍ୱାରା ପାଚକ ତନ୍ତ୍ର ମଜବୁତ୍‌ ହୋଇଥାଏ।
  • ଯେଉଁ ଲୋକମାନଙ୍କର ଗ୍ୟାସ୍‌ ବା କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନଙ୍କ ପାଇଁ ଲାଉ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସପ୍ତାହକୁ ୩ଥର ଲାଉର ଜୁସ୍‌ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
  • ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଅନେକ ଉପକାରୀ।
  • ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି। ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଲାଉର ଜୁସ୍‌ ପିଅନ୍ତୁ।
  • ଲିଭର ସମସ୍ୟା ଦୂର କରିବା ପାଇଁ ଲାଉ ଏବଂ ଅଦାର ଜୁସ୍‌ ତିଆରି କରି ପିଅନ୍ତୁ।
  • ଲାଉ ରସକୁ ତେଲରେ ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଝଡୁଥିବା ସମସ୍ୟାରୁ ରକ୍ଷା ମିଳେ। ଏହାସହ ଧଳା ହୋଇଯାଉଥିବା କେଶ ପାଇଁ ମଧ୍ୟ ଲାଉ ଜୁସ୍ ବହୁତ ଉପକାରୀ।
  • ଆଜିକାଲି ହୃଦ୍ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି। ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେଣ ହୃଦୟକୁ ସୁସ୍ଥ ରଖିବା ପାଇଁ ଗୋଟେ କପ୍ ଲାଉ ଜୁସରେ ଟିକେ ଗୋଲମରିଚ ଏବଂ ସାମାନ୍ୟ ପୁଦିନା ରସକୁ ପକାଇ ନିୟମିତ ପିଇବା ଦରକାର।
  • ମୁଣ୍ଡରେ ରୁପି ହେଉଥିଲେ ଏହାକୁ ଅଳାଁ ରସ ସହ ମିଶାଇ ପିଇଲେ ଏହା ଦୂର ହୋଇଥାଏ।
  • ଦୁଶ୍ଚିନ୍ତା ତଥା ମାନସିକ ଚାପରୁ ରକ୍ଷା ପାଇବାକୁ ହେଲେ ଏହାକୁ ଖାଆନ୍ତୁ। ଲାଉରେ ଥିବା ପିତ୍ତଶାମକ ଗୁଣ ଶରୀରକୁ କେବଳ ଥଣ୍ଡା ରଖେ ନାହିଁ ଏହା ମସ୍ତିସ୍କକୁ ମଧ୍ୟ ଶାନ୍ତ ରଖିଥାଏ।
  • ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇବାଦ୍ୱାରା କୋଷ୍ଠକାଠିନ୍ୟ ଦୂର କରେ। ଖାଲି ସେତିକି ନୁହେଁ ପରିଶ୍ରାରେ ଅମ୍ଳର ମାତ୍ରା ବଢି ପରିଶ୍ରା ଜଳାପୋଡା କରିଥାଏ । ସକାଳୁ ଲାଉ ରସ ପିଇଲେ ପରିଶ୍ରାରୁ ଅମ୍ଳର ମାତ୍ରା ହ୍ରାସ ପାଇଥାଏ।
  • ଲାଉରେ ପ୍ରାୟ ୯୦ ପ୍ରତିଶତ ଜଳ ରହିଛି। ଅତ୍ୟଧିକ ଜଳ ଥିବା କାରଣରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ।
  • ପରିଶ୍ରା ଜଳାପୋଡ଼ା ହେଉଥିଲେ ମଧ୍ୟ ଏହା ତାକୁ ଭଲ କରିଥାଏ ଲାଉ।

Comment