ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନରେ କୋରୋନା ଭାଇରସ୍ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୧୨ ଲୋକଙ୍କର ମୃତ୍ୟୁ ହୋଇଛି। ଏହାସହ ୭୭୧୧ ଲୋକ ଆକ୍ରାନ୍ତ ହେଲେଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୋରୋନା ଭାଇରସକୁ ନେଇ ଇଣ୍ଟରନାସନାଲ ହେଲ୍ଥ ଏମରଜେନ୍ସି ଘୋଷଣା କରିଛି।
ଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ଲୋକମାନଙ୍କୁ ସହର ବାହାରକୁ ଯିବାକୁ ଓ ବାହାରୁ ଆସିବାକୁ ବାରଣ କରାଯାଇଛି।
ଅନ୍ୟପଟେ ଚୀନରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାର ସ୍ଵତନ୍ତ୍ର ବିମାନ ପଠାଇବେ। ଏବଂ ବାହାରୁ ଆସୁଥିବା ଯାତ୍ରୀମାନଙ୍କର ପରୀକ୍ଷା କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଚୀନରୁ ଆରମ୍ଭ ହୋଇଥିବା କୋରୋନା ଏବେ ୧୮ଟି ଦେଶରେ ବ୍ୟାପି ସାରିଛି।













