ଓଡ଼ିଶାଲାଇଭ୍ ବ୍ୟୁରୋ
ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। ଜାଣନ୍ତୁ ନିଜ ପ୍ରତିକ୍ରିୟାରେ କ’ଣ କହିଲେ ନିର୍ଭୟାଙ୍କ ମା’?
ଯଦି ଫାଶୀ ନେହେଲା ଭାବିନେବି ଭାରତରେ ନ୍ୟାୟ ନାହିଁ। ଏଠାରେ ଦୋଷୀମାନେ ଯାହା ଚାହୁଁଛନ୍ତି ସେୟା ହେଉଛି। ସରକାରଙ୍କୁ ଫାଶୀ ଦେବାକୁ ପଡ଼ିବ। ମୁଁ ଲଢ଼ିବି ମୋ ଝିଅ ପାଇଁ। ଆମ ଆଇନ ବ୍ୟବସ୍ଥା ଢ଼ିଲା ଯୋଗୁଁ ଏଭଳି ଭାବେ ଦୋଷୀମାନେ ଦଣ୍ଡ ପାଉନାହାନ୍ତି” କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ।
ଆସନ୍ତାକାଲି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିବା ପରେ ଆଖି ଛଳ ଛଳ କରି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ନିର୍ଭୟାଙ୍କ ମା’। ଏହାସହ ଦୋଷୀଙ୍କ ଓକିଲ ତାଙ୍କୁ ଚ୍ୟାଲେଞ୍ଚ କରିଛନ୍ତି ବୋଲି ସେ କହିଛନ୍ତି।
ଆସନ୍ତାକାଲି ନିର୍ଭୟାର ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବାର ଥିଲା। ହେଲେ ଶୁଣାଣି ପ୍ରକ୍ରିୟା ସରିନଥିବାରୁ କୋର୍ଟ ଡେଥ୍ ଓ୍ଵାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କେବେ ଫାଶୀ ଦିଆଯିବ, ଏନେଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇନାହିଁ।
ଫେବ୍ରୁଆରି ୧ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ ଶୁଣାଣି କରିଥିଲେ। ପରେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ଗୋଚିଏ ପରେ ଗୋଟିଏ ପିଟିସନ୍ ଦାଖଲ କରି ଚାଲିଲେ। ଫଳରେ ପ୍ରକ୍ରିୟାରେ ବିଳମ୍ଵ ହେବାରୁ ଫାଶୀକୁ ସ୍ଥଗିତ ରଖାଯାଇଛି।