ଓଡ଼ିଶାଲାଇଭ ବ୍ୟୁରୋ

ନିର୍ଭୟା ଦୋଷୀଙ୍କ ପାଇଁ ଆଜି ଆସିପାରେ ନୂଆ ଡେଥ୍‌ ଓ୍ୱାରେଣ୍ଟ। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଗୁରୁବାର ଅପରାହ୍‌ଣ ୨ଟାରେ ଏନେଇ ରାୟ ପ୍ରକାଶ କରିପାରନ୍ତି। ନିର୍ଭୟା ମାମଲାର ୪ ଦୋଷୀ, ମୁକେଶ, ବିନୟ, ପବନ, ଅକ୍ଷୟଙ୍କର ସବୁ ନ୍ୟାୟିକ ଆବେଦନ ସରିଛି।

ବୁଧବାର ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ ଫାଶୀ ପାଇଁ ବାଟ ଫିଟିଛି। ତେଣୁ ନୂଆ ଫାଶୀ ତାରିଖ ପାଇଁ ବୁଧବାର ପୁଣି ଆବେଦନ କରିଥିଲେ ତିହାର ଜେଲ କର୍ତ୍ତୃପକ୍ଷ।

ଅନ୍ୟପକ୍ଷରେ ଜେଲ ମାନୁଆଲ ଅନୁସାରେ ଦୋଷୀର ରାଜକ୍ଷମା ଆବେଦନ ଖାରଜ ହେବାର ୧୪ ଦିନ ପରେ ଦୋଷୀକୁ ଫାଶୀ ଦିଆଯାଇପାରିବ। ପୂର୍ବରୁ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖକୁ ତିନି ଥର ଘୁଞ୍ଚାଯାଇଛି। ଜାନୁଆରି ୨୨, ଡିସେମ୍ବର ୧, ମାର୍ଚ୍ଚ ୩ରେ ଫାଶୀ ତାରିଖ ନିର୍ଦ୍ଧାରଣ କରାଯାଇଥଲା।

Comment