ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଗାଈଗୋରୁଙ୍କୁ ବାହାରେ ଛାଡ଼ିଲେ ଏଣିକି ବିଏମ୍‌ସି ନେବ କଡ଼ା ପଦକ୍ଷେପ। ବିଏମ୍‌ସି ଅଞ୍ଚଳରେ ବାହାରେ ବୁଲୁଥିବା ଗାଈମାନଙ୍କୁ ଧରି ନିଆଯିବ। ଗାଈକୁ ଫେରାଇ ନେବା ପାଇଁ ମାଲିକଙ୍କୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ବିଏମ୍‌ସି ଅତିରିକ୍ତ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଗାଈଗୋରୁଙ୍କୁ ଧରି ୩ ଦିନ ଯାଏଁ କାଞ୍ଜିଆହୁଦାରେ ରଖାଯିବ। ଏଠାରୁ ଫାଇନ୍‌ ଦେଇ ଗାଈକୁ ନେଇ ପାରିବେ ମାଲିକ। ଦ୍ଵିତୀୟ ଥର ରାସ୍ତାରୁ ଗାଈ ଧରାପଡ଼ିଲେ ଆଉ ଫେରି ପାଇବେନି ମାଲିକ। ସମ୍ପୃକ୍ତ ଗାଈଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ।

ରାଜଧାନୀ ଭୁବନେଶ୍ଵରକୁ ସବୁଜ ସୁନ୍ଦର କରିବାକୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପୂର୍ବରୁ ରାଜଧାନୀକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ଲାଷ୍ଟିକ ବଦଳରେ ଆହାର ଦେବାର ବ୍ୟବସ୍ଥା କରାଯାଇଥିଲା।

Comment