ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନର ଯୁବପିଢ଼ି ଚାଟିଂ କରିବା ପାଇଁ ବିଶେଷ କରି ହ୍ୱାଟ୍ସଆପର ବ୍ୟବହାର କରିଥାନ୍ତି। ଏଥିରେ ଅତି ସହଜରେ ଜଣକ ସହ ଚ୍ୟାଟିଂ କରିବା ସମ୍ଭବ ହୋଇଥାଏ।
ଏଥିରେ କିନ୍ତୁ ଗୋଟିଏ କଥା ସବୁବେଳେ ଅସୁବିଧା ସୃଷ୍ଟି କରିଥାଏ। ଲୋକମାନେ ଏଥିରେ ନିଜର ବ୍ୟକ୍ତିଗତ ଚାଟିଂକୁ ଲୁଚେଇ ପାରିନଥାନ୍ତି। ଫଳରେ ଏଥିପାଇଁ ନାନାଦି ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ।
ହ୍ୱାଟ୍ସଆପରେ କେମିତି ଲୁଚେଇବେ ବ୍ୟକ୍ତିଗତ ଚାଟିଂ?
ଏଥିପାଇଁ ଆପଣଙ୍କୁ ଅଳ୍ପ କେତୋଟି କାମ କରିବାକୁ ପଡ଼ିବ।
- ପ୍ରଥମେ ଯେଉଁ ଚାଟିଂକୁ ଆପଣ ଲୁଚେଇବାକୁ ଚାହୁଁଛନ୍ତି ତାକୁ ଅଳ୍ପ ସମୟ ପାଇଁ କ୍ଲିକ୍ କରି ରଖନ୍ତୁ।
- ଏହାପରେ ଆପଣଙ୍କ ଆଗରେ କେତେକେ ଅପସନ୍(option) ଆସିବ।
- ଅପସନଗୁଡ଼ିକ ଆସିବା ପରେ ସେଥିରେ ଥିବା archive ଅପସନରେ କ୍ଲିକ୍ କରନ୍ତୁ।
- ଏହାପରେ ଦେଖିବେ ସେହି ଚାଟିଂ ଆଉ ଆପଣଙ୍କୁ ଦେଖାଯିବ ନାହିଁ।
- ଆପଣ ପୁଣିଥରେ ସେହି ଚାଟିଂକୁ ସର୍ଚ୍ଚ କରି ସେଥିରେ unarchive chat ମାରିଲେ ଏହା ପୁଣିଥରେ ଦେଖାଯିବ।
ଏହିଭଳି ଭାବେ ଆପଣ ହ୍ୱାଟ୍ସଆପରେ ନିଜର ବ୍ୟକ୍ତିଗତ ଚାଟକୁ ଲୁଚେଇ ରଖିପାରିବେ।