ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନମହାମାରୀ ରୂପ ନେଉଥିବା କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଚୀନରେ ଏ ପର୍ଯ୍ୟନ୍ତ ୨୫ ହଜାର ଲୋକ ପ୍ରାଣ ହରାଇଥିବା ଏକ ଚାଞ୍ଚଲ୍ୟକର ଖବର ଆସୁଛି। କୋରୋନା ଭାଇରସ ଚୀନରେ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି ଓ ଏହା କେତେ ଭୟାବହ ହୋଇଛି ତାହା ଚୀନର ସବୁଠାରୁ ବଡ଼ କମ୍ପାନିର ଏକ ତଥ୍ୟରୁ ଜଣାପଡ଼ିଛି। ଏହି କମ୍ପାନି ହେଉଛି ଟେନ୍ସେଣ୍ଟ। କମ୍ପାନିର ରିପୋର୍ଟ ଭୁଲବଶତଃ ଲିକ ହୋଇଯିବା ପରେ ଏବେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଛି।
ତେବେ ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ସଂକ୍ରମଣରେ ଏପର୍ଯ୍ୟନ୍ତ ମାତ୍ର ୬୦୦ ଲୋକ ମରିଛନ୍ତି।
ଟେନ୍ସେଣ୍ଟ ରିପୋର୍ଟ ଲିକ ହେବା ପରେ ଏବେ ଏହି ଅନୁମାନ କରାଯାଉଛି ଯେ ଚୀନର କମ୍ୟୁନିଷ୍ଟ ସରକାର ମୃତକ ସମ୍ବନ୍ଧିତ ପ୍ରକୃତ ତଥ୍ୟକୁ ଲୁଚାଉଛନ୍ତି ଏବଂ ଏହି ରୋଗର ଭୟାବହତାକୁ ଦବାଇ ଦେବା ପାଇଁ ଚାହୁଁଛନ୍ତି। ତାଇୱାନର ଏକ ଖବରକାଗଜ ତାଇୱାନ ନ୍ୟୁଜର କହିବା ଅନୁଯାୟୀ ବିଭିନ୍ନ ଦେଶରେ କାରବାର କରୁଥିବା ଏହି କମ୍ପାନି ଟେନସେଣ୍ଟ ତା’ର ଆଭ୍ୟନ୍ତରୀଣ ରିପୋର୍ଟରେ କହିଛି ଯେ କୋରୋନା ଭାଇରସ ଦ୍ୱାରା ଚୀନରେ ୧୫,୪୦୨୩ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୪୫୮୯ ଲୋକ ପ୍ରାଣ ହରାଇଛନ୍ତି। ଟେନ୍ ସେଣ୍ଟର ତଥ୍ୟ ଚୀନ ସରକାରଙ୍କ ତଥ୍ୟଠାରୁ ୮୦ ଗୁଣା ଅଧିକ।













