ଓଡ଼ିଶାଲାଇଭ୍ ବ୍ୟୁରୋ

ସାମସଙ୍ଗ ତା’ର A50s ମୋବାଇଲ୍ ଫୋନକୁ ଅଢ଼େଇ ହଜାର ଟଙ୍କା ଶସ୍ତା କରିଦେଇଛି। ଏଣିକି ପୂର୍ବାପେକ୍ଷା ଲୋକମାନେ ଶସ୍ତାରେ ଏହି ଫୋନକୁ କିଣିପାରିବେ।

ସାମସଙ୍ଗ A50s ମୋବାଇଲ୍ ଫୋନର ୪ଜିବି RAM ଫୋନକୁ ଗ୍ରାହକମାନେ ଏବେ ମାତ୍ର ୧୭,୪୯୯ ଟଙ୍କାରେ କିଣିପାରିବେ। ଏହି ଫୋନର ଦାମ ପୂର୍ବରୁ ୧୯ ହଜାର ୯୯୯ଟଙ୍କା ରହିଥିଲା।

ସେହିପରି ସାମସଙ୍ଗ A50s ମୋବାଇଲ୍ ଫୋନର ୬ ଜିବି RAM ଫୋନ ଏବେ ମାତ୍ର ୧୯ ହଜାର ୯୯୯ଟଙ୍କାରେ ମିଳିବ। ଏହି ଫୋନର ଦାମ ପୂର୍ବରୁ ୨୧ ହଜାର ୯୯୯ ଟଙ୍କା ଥିଲା। ଏହି ଫୋନ ଉପରେ କମ୍ପାନି ୨ ହଜାର ଟଙ୍କା ଛାଡ୍ କରିଛି।

ସାମସଙ୍ଗ A50s ମୋବାଇଲ୍ ଫୋନରେ ଗ୍ରାହକମାନେ ୬.୪ ଇଞ୍ଚର ସ୍କ୍ରିନ୍ ପାଇପାରିବେ। ଏଥିସହିତ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିଛି। ଫୋନରେ ୪୮ ମେଗାପିକ୍ସେଲ୍ ରିୟର କ୍ୟାମେରା ସହିତ ୩୨ ମେଗା ପିକ୍ସେଲ ସେଲ୍ଫି କ୍ୟାମେରା ରହିଛି। ଏହି ଫୋନରେ ଗ୍ରାହକମାନେ ୪ ହଜାର ଏମ୍ଏଚର ବ୍ୟାଟେରୀ ମଧ୍ୟ ପାଇପାରିବେ।

Comment