ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍। ଏନେଇ ବିଧାନସଭାରେ କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ପ୍ରତିଷ୍ଠା ହେବ ଏହି ୪ଟି ପ୍ଲାନେଟୋରିୟମ୍‌। ଏହି ୪ଟି ପ୍ଲାନେଟୋରିୟମ୍‌ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଗୋପାଳପୁର ପାଇଁ ୯ କୋଟି ଟଙ୍କା, ଅନ୍ୟ ୩ଟି ପାଇଁ ୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ୱର ଓ ସମ୍ବଲପୁରରେ ରହିଛି ୨ଟି ପ୍ଲାନେଟୋରିୟମ୍‌।

ଏହାସହ ସବୁ ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା ହେବାର ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ କାର୍ଯ୍ୟକ୍ଷମ ହେବ।

୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ଦ୍ୱିତୀୟ ପ୍ଳାନେଟୋରିୟମ୍‌ର ଲୋକାର୍ପଣ କରିଥିଲେ।

Comment