ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଆରମ୍ଭ ୧୪୭ତମ ଯୋରନ୍ଦା ମେଳା ବା ମହିମା ମାଘ ମେଳା। ଯୋରନ୍ଦା ମହିମା ଗାଦିରେ ସାତ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ।

ଚଳିତବର୍ଷ ମହିମା ମେଳାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ମହିମା ସାଧୁ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସେ ଧରି ପ୍ରସ୍ତୁତି ଚାଲିଥିଲା। ଏହି ମେଳାରେ ରାଜ୍ୟର ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାର ମହିମାଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତମାନେ ଯୋଗ ଦେବେ।

ଏଥର ମାଘ ମେଳାରେ ୧୦ ଲକ୍ଷରୁ ଅଧିକ ସାଧୁ, ଭକ୍ତ ଓ ଜନସାଧାରଣଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି।

ମେଳାରେ ଭିଡ଼କୁ ଦୃଷ୍ଟିରେ ରଖି ଜଣେ ଏଏସ୍‌ପି, ୪ ଜଣ ଡିଏସ୍‌ପି, ଏସ୍‌ଆଇ , ୧୦ ଜଣ ହାବିଲଦାର ଓ ୮ ପ୍ଲାଟୁନ୍‌ ସଶସ୍ତ୍ର ପୋଲିସ ମୁତୟନ ହେବେ ବୋଲି ଜଣାପଡ଼ିଛି।

Comment