ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ରବିବାର ଶେଷ ହେଉଛି। ଖଣ୍ଡଗିରି ଯାତ୍ରାରେ ନାଟକ ଦେଖିବାକୁ ଲୋକଙ୍କ ମନରେ ଅହେତୁକ ଆଗ୍ରହ ଥିବା ହେତୁ ଶେଷ ଦିନରେ ଲୋକଙ୍କ ଗହଳି ଚହଳି ଲାଗି ରହିବ ବୋଲି ଆଶା କରାଯାଉଛି।ଶେଷ ଦିନରେ ପ୍ରାୟ ପାଞ୍ଚୋଟି ଯାତ୍ରା ପାର୍ଟି ମଧ୍ୟରେ ଲଢ଼େଇ ଜାରିରହିବ। ଅଧିକାଂଶ ଯାତ୍ରା ପାର୍ଟି ରିପିଟ୍ ଯାତ୍ରା ପରିବେଷଣ କରୁଥିଲେ ମଧ୍ୟ ଲୋକଙ୍କ ଭିଡ଼ କମ ହୋଇନି। ବିଶେଷ କରି ସ୍ୱର୍ଣ୍ଣ ମହଲର ‘ସିନ୍ଦୁର ହାଟରେ ନାହିଁ ସିନ୍ଦୁର’, ଧଉଳି ଗଣନାଟ୍ୟର ‘ସେ ଦିନର କଥା ମନେ ଅଛି ନା’ ନାଟକ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଛି।ସେହିପରି ଯାତ୍ରା ରଙ୍ଗମହଲର ‘ମୁଁ ସେଇ ଭଦ୍ରକିଆ ଟୋକା’ ଏଥର ଖଣ୍ଡଗିରି ଯାତ୍ରାରେ ଚହଳ ପକେଇଚି। ତା’ସହ ଅପେରା ସୂର୍ଯ୍ୟମନ୍ଦିର ‘ମାୟାବିନୀ ମୌସୁମୀ’ ମଧ୍ୟ ଲୋକଙ୍କ ପ୍ରଂଶସା ସାଉଣ୍ଟିବାକୁ ଚେଷ୍ଟା କରୁଛି।

ଶେଷ ଦିନରେ ଯାତ୍ରା ପାର୍ଟିଗୁଡ଼ିକ ଭଲ ନାଟକ ଦେଖାଇ ଯାତ୍ରାରୁ ବିଦାୟ ନେବାକୁ ଲକ୍ଷ୍ୟ ରଖିଛନ୍ତି।

Comment