ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ କୁମ୍ଭାରପଡ଼ାସ୍ଥିତ ଉତ୍କଳ ବାଳାଶ୍ରମରେ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ୧୫ଟି ପଦବୀରେ ଏହି ନିଯୁକ୍ତି ଦିଆଯିବ। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରି ୧୪ ଧାର୍ଯ୍ୟ କରାଯାଇଛି।

ପଦବୀ ବିବରଣୀ:

  • କାଉନ୍‌ସେଲର୍‌- ୨ଟି ପଦବୀ
  • କେସ୍ ଓ୍ଵାର୍କର/ଶିଶୁ କଲ୍ୟାଣ ଅଫିସର୍‌- ୩ଟି ପଦବୀ
  • ହାଉସ୍‌ ଫାଦର୍‌/ହାଉସ୍‌ ମଦର୍‌- ୪ଟି ପଦବୀ (ମହିଳା-୨, ପୁରୁଷ-୨)
  • ପାରାମେଡିକାଲ୍‌ ଷ୍ଟାଫ୍‌- ଗୋଟିଏ
  • ଷ୍ଟୋର୍‌ କିପର୍‌ କମ୍‌ ଆକାଉଣ୍ଟାଣ୍ଟ୍‌- ଗୋଟିଏ ପଦବୀ
  • ରୋଷେୟା- ଗୋଟିଏ ପଦବୀ
  • ହେଲ୍‌ପର୍‌- ଗୋଟିଏ ପଦବୀ
  • ହାଉସ୍‌ କିପର୍‌- ଗୋଟିଏ

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଫେବ୍ରୁଆରି ୧୪ ସନ୍ଧ୍ୟା ୫ଟା ପୂର୍ବରୁ ନିଜର ଆବେଦନପତ୍ରକୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହା।ଯାଇଛି।

ଠିକଣା– ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ୍‌ ଅଫିସର୍‌, ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ୍‌ ୟୁନିଟ୍‌, ସି-ବିଚ୍‌ ପୋଲିସ୍‌ ଷ୍ଟେସନ୍‌ ସାମ୍‌ନା, ଆଚାର୍ଯ୍ୟ ହରିହର ସ୍କୋୟାର, ପୁରୀ-୭୫୨୦୦୧

ଏହି ନିଯୁକ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ www.puri.nic.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment