ଓଡ଼ିଶାଲାଇଭ୍‌ ବ୍ୟୁରୋ 

କୋରୋନା ରୋଗକୁ ଜିତିଲେ ମହିଳା, ଜନ୍ମ ଦେଲେ ସୁସ୍ଥ ଶିଶୁ। ଚୀନ୍‌ର ସାଂକ୍ସିରେ ଜଣେ ୩୩ ବର୍ଷିୟ ମହିଳା କୋରୋନା ଆକ୍ରାନ୍ତରେ ପୀଡ଼ିତ ଥିଲେ। ହେଲେ ତାଙ୍କ ଗର୍ଭରୁ ଜନ୍ମିତ ଏହି ଶିଶୁ ପୁତ୍ରଙ୍କ ନମୁନା ନେଗେଟିଭ ଥିବା ଡାକ୍ତର କହିଛନ୍ତି।

ବର୍ତ୍ତମାନ ଶିଶୁଟିକୁ ଡାକ୍ତରଖାନାରେ ସ୍ଵତନ୍ତ୍ର ଚିକିତ୍ସା କରାଯାଉଛି। କିଛିଦିନ ପରେ ଚିଲ୍ଡ୍ରେନ୍ସ ହସ୍ପିଟାଲ ଅଫ୍‌ ଝେଇଜିଆଙ୍ଗ ୟୁନିଭରସିଟି ସ୍କୁଲ ଅଫ୍‌ ମେଡିସିନରେ ଶିଶୁଟିର ପୁନର୍ବାର ଯାଞ୍ଚ କରାଯିବ। ସୁସ୍ଥ ଶିଶୁଟି ଜନ୍ମ ହେବା ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି।

ବର୍ତ୍ତମାନ କୋରୋନା ଭାଇରସ ଭୟଙ୍କର ହୋଇ ଚୀନ୍‌ରେ ବ୍ୟାପିବାରେ ଲାଗିଛି। ଚୀନରେ ଏଯାଏଁ ୧ ହଜା ୧୧ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ୪୫ ହଜାରରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା ଚିହ୍ନଟ ମଧ୍ୟ କରାଯାଇଛି। ଏହି ରୋଗକୁ ମୁକାବିଲା କରିବା ପାଇଁ ଚୀନ୍‌ ସରକାର ମଧ୍ୟ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଉଛି।

ଏହା କେବଳ ଚୀନ୍‌ ନୁହେଁ ବିଶ୍ଵର ୨୭ଟି ଦେଶକୁ ବ୍ୟାପି ସାରିଛି। ଏହି ଭାଇରସ୍‌ ଏସିଆ ମହାଦେଶରେ ଥିବା ଦେଶଗୁଡ଼ିକରେ ଅଧିକ ପ୍ରଭାବ ପାଇବାର ସମ୍ଭାବନା ମଧ୍ୟ କରାଯାଇଛି। ଭାରତ ସରକାର ଏହି ରୋଗକୁ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସହ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

Comment