ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଶେଷ ଦିନିକିଆ ମ୍ୟାଚକୁ ୫ ଓ୍ଵିକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହାସହ ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୦-୩ରେ ଜିତି ସିରିଜ କ୍ଲିନ ସୁଇପ କରିଛି ନ୍ୟୁଜିଲାଣ୍ଡ। ଭାରତ ଏହି ସିରିଜରେ ସମସ୍ତ ମ୍ୟାଚରେ ପରାସ୍ତ ହୋଇଛି।

ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଦୁଇ ଓପନ୍‌ର ପାଳି ଆରମ୍ଭ କରିଥିଲେ ହେଲେ ଦଳୀୟ ସ୍କୋର ୮ ରନ୍‌ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ଆଉଟ୍‌ ହୋଇଯାଇଥିଲେ। ପରେ ବିରାଟ କୋହଲି ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ।

ପରେ ପୃଥ୍ଵୀ ଶ’ ୪୦ ରନ୍‌ରେ ଆଉଟ ହୋଇଯିବା ପରେ ଶ୍ରେୟାସ ଆୟର ଓ ଲୋକଶେ ରାହୁଲ ପାଳି ସମ୍ଭାଳିଥିଲେ। ଦଳ ପକ୍ଷରୁ ଶ୍ରେୟାସ ୬୨ ରନ୍‌, ରାହୁଲ ୧୧୨ ରନ୍‌ ଓ ମନିଷ ପାଣ୍ଡେ ୪୨ ରନ୍‌ କରିଥିଲେ। ଫଳରେ ଦଳ ୫୦ ଓଭରରେ ୨୯୬ ରନ୍‌ କରିଥିଲା।

ପରେ ନ୍ୟୁଜିଲାଣ୍ଡ ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ଦୁଇ ଓପନ୍‌ର ମାର୍ଟି ଗପ୍ଟିଲ ଓ ହେନରି ନିକୋଲ୍ସ ଦମଦାର ବ୍ୟାଟିଂ କରିଥିଲେ। ଗପ୍ଟିଲ ୬୬ ରନ୍‌ କରିଥିବା ବେଳେ ହେନେରି ୮୦ ରନ୍‌ କରିଥିଲେ। ସେହିପରି କୋଲିନ ଡି ଗ୍ରାଣ୍ଡହୋମ୍‌୫୮ ରନ୍‌ କରିଥିଲେ ଫଳରେ ଦଳ ୪୭ ଓଭରରେ ଏହି ମ୍ୟାଚକୁ ଜିତି ନେଇଥିଲା।

Comment