ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ସାରା ବିଶ୍ଵରେ ଏକ ଲୋକପ୍ରିୟ କ୍ରୀଡ଼ା। ବିଶ୍ଵରେ ଅନେକ ଦେଶରେ ଏହି ଖେଳ ଖେଳାଯାଏ। ହେଲେ ଭାରତରେ ଏହି ଖେଳକୁ ଅଧିକ ପସନ୍ଦ କରାଯାଏ। ଭାରତରେ ମଧ୍ୟ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି। ସେହିପରି ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ ଭାରତରେ ଜନ୍ମ ହୋଇ ଅନ୍ୟ ଦେଶ ପାଇଁ କ୍ରିକେଟ ଖେଳୁଛନ୍ତି।

ନାସିର ହୁସେନ (ଇଂଲଣ୍ଡ)

ନାସିର ହୁସେନଙ୍କ ଜନ୍ମ ଚେନ୍ନାଇରେ, ହେଲେ ସେ ଇଂଲଣ୍ଡ ପକ୍ଷରୁ କ୍ରିକେଟ ଖେଳୁଥିଲେ। ଇଂଲଣ୍ଡରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ନାସିରଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ହେଲେ ଏହି ସଂଘର୍ଷରେ ସେ ସଫଳ ହୋଇଥିଲେ। ୧୯୮୯ ମସିହାରେ ସେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ଇଂଲଣ୍ଡ ପକ୍ଷରୁ ୪୫ଟି ଟେଷ୍ଟ ୫୬ଟି ଦିନିକିଆ ଖେଳିଥିଲେ। ଏହାସହ ସେ ଇଂଲଣ୍ଡ ପକ୍ଷରୁ ଅଧିନାୟକତ୍ଵ ମଧ୍ୟ କରିଥିଲେ।

ହାସିମ ଆମଲା (ଦକ୍ଷିଣ ଆଫ୍ରିକା)

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଜଣେ ଅଭି଼ଜ୍ଞ ଖେଳାଳି ଭାବେ ନିଜ ଦବଦବା ରଖିଛନ୍ତି। ସେ ଗୁଜୁରାଟରେ ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଦକ୍ଷିଣ ଆଫ୍ରିକ ପାଇଁ ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଛନ୍ତି। ସେ ୨୦୦୪ରେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ୧୪ଟି ଟେଷ୍ଟ, ୯ ଦିନିକିଆ ଓ ୨ଟି ଟି-୨୦ ମ୍ୟାଚରେ ଅଧିନାୟକତ୍ଵ କରିଛନ୍ତି।

ଆଶିଷ ବାଗାଇ (କାନାଡା)

ଆଶିଷ ବାଗାୟୀ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ବର୍ଷ ବୟସରେ ସେ କାନାଡାକୁ ଚାଲି ଆସିଥିଲେ। ବର୍ତ୍ତମାନ ସେ କାନାଡା ପକ୍ଷରୁ କ୍ରିକେଟ ଖେଳୁଛନ୍ତି। ଆଶିଷ ଜଣେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ ଓ ଅଭିଜ୍ଞ ଓ୍ଵିକେଟ କିପର। ସେ କାନାଡା ପକ୍ଷରୁ ୬୨ଟି ଦିନିକିଆ ଓ ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହାସହ ୨୦୦୭ରୁ ୨୦୧୩ ଯାଏଁ ସେ କାନାଡା ପକ୍ଷରୁ ଅଧିନାୟକତ୍ଵ କରିଛନ୍ତି।

ରୋହନ କହ୍ନାଇ (ଓ୍ଵେଷ୍ଟଇଣ୍ଡିଜ)

ରୋହନ କହ୍ନାଇ ଜଣେ ଭାରତୀୟ। ହେଲେ ସେ ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କ୍ରିକେଟ ଖେଳିଥିଲେ। ସେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଥିଲେ। କାରଣ ସେ ୭୯ଟି ଟେଷ୍ଟ ମ୍ୟାଚରୁ ୬ ହଜାର ରନ୍‌ କରିଥିଲେ। ଯାହା ସେ ସମୟରେ ଭଲ ପ୍ରଦର୍ଶନ ଥିଲା। ସେ ୧୯୫୭ ମସିହାରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ୧୯୭୨ରୁ ୧୯୭୪ ମସିହା ଯାଏଁ ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକତ୍ଵ କରିଥିଲେ।

ଶିବନାରାୟନ ଚନ୍ଦ୍ରପଲ (ଓ୍ଵେଷ୍ଟଇଣ୍ଡିଜ)

ଶିବରାରାୟନ ଚନ୍ଦ୍ରପଲ ମଧ୍ୟ ଜଣେ ଭାରତୀୟ। ସେ ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କ୍ରିକେଟ ଖେଳନ୍ତି। ସେ ଓ୍ଵେଷ୍ଟଇଣ୍ଡିଜର ଜଣେ ପ୍ରତିଭାବାନ ଖେଳାଳି। ସଚିନଙ୍କ ପରେ ସେ ଦ୍ଵିତୀୟ ଖେଳାଳି ଭାବେ ଅନେକ ରେକର୍ଡ କରିଛନ୍ତି। ସେ ୧୬୪ ଟେଷ୍ଟ ମ୍ୟାଚ ଖେଳି ୧୧,୮୬୭ ରନ୍‌ କରିଛନ୍ତି। ସେହିପରି ୨୬୮ ଦିନିକିଆ ଖେଳି ୮,୭୭୮ ରନ୍‌ କରିଛନ୍ତି।

Comment