ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ୍‌ ପ୍ରିମିଅର ଲିଗ୍‌ (ଆଇପିଏଲ୍‌)କୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାର ଅନ୍ତ ଘଟିଛି। ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ ହେବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ନଭେମ୍ବର ୮ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ୟୁଏଇରେ ଆଇପିଏଲ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ୫୧ ଦି ଧରି ଚାଲିବ ମ୍ୟାଚ୍‌।

CGU newଚଳିତବର୍ଷ ମାର୍ଚ୍ଚ ୨୯ ତାରିଖରେ ଆଇପିଏଲ୍ ଆୟୋଜନ ହେବାର ଥିଲା। ହେଲେ କରୋନା ସଂକ୍ରମଣ ଓ ଲକଡାଉନ୍ ପାଇଁ ପ୍ରଥମେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ପରେ ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମଧ୍ୟ ରୋକି ଦିଆଯାଇଛି।

ହେଲେ ଏହାରି ଭିତରେ କିନ୍ତୁ ୟୁଏଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଜ ଦେଶରେ ଆଇପିଏଲ୍ ଆୟୋଜନ କରିବା ପାଇଁ ବିସିସିଆଇକୁ ଅନୁରୋଧ କରିଥିଲା। ତେଣୁ ଭାରତରେ ନହେଲେ ବି ବିଦେଶ ମାଟିରେ ଆଇପିଏଲ୍ ଆୟୋଜନ ହୋଇପାରେ ବୋଲି କୁହାଯାଉଛି।

Comment