ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ସୁପର ସଣ୍ଡେରେ ମୈଦାନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ଭେଟିବ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ। ଅପରାହ୍‌ଣ ୩.୩୦ରେ ଏହି ମ୍ୟାଚ୍ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମରେ ଖେଳାଯିବ। ଆଜିର ଏହି ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ଉଭୟ ଦଳର ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ରନ୍ ମେସିନ୍ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଆରସିବି ଆଇପିଏଲ୍‌ର ଦୁଇଟି ଶକ୍ତ ଦଳ। ଚଳିତ ସିଜିନରେ ଭଲ ପ୍ରଦର୍ଶନ କରି ଆରସିବି ଏବଂ ସିଏସକେ ପଏଣ୍ଟ ଟେବୁଲରେ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ତେଣୁ ଆଜିର ମ୍ୟାଚ୍ ହିଁ ଏହି କ୍ରମକୁ ପରିବର୍ତ୍ତନ କରିବ। ତେଣୁ ଦେଖିବାକୁ ବାକି ରହିଲା କିଏ ବାଜି ମାରୁଛି।

ଚେନ୍ନାଇ ସୁପର କିଙ୍ଗ୍ସ

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଅମ୍ଵାତି ରାଇଡୁ, ସି ହରି ନିଶାନ୍ଥ, ଚେତେଶ୍ଵର ପୂଜାରା, ଡ୍ୟୁପ୍ଲେସିସ୍, ରବିନ୍ ଉତ୍ଥାପା, ଋତୁରାଜ ଗାଏକ୍ଵାଡ୍, ସୁରେଶ ରାଇନା, କନମୂରୀ ଭଗତ ବର୍ମା, ଡ୍ଵେନ୍ ବ୍ରାଭୋ, କ୍ରିଷ୍ଣାପା ଗୋଥାମ୍, ମାଇକେଲ ସାଣ୍ଟନର, ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଡ଼େଜା, ସାମ୍ କରନ୍, ନାରାୟଣ ଜଗଦ୍ଦିଶନ୍, ଦିପକ ଚହର, ହରିଶଙ୍କର ରେଡ୍ଡୀ, ଇମ୍ରାନ ତାହିର୍, ଜସନ୍ ବେହେରେନଡ୍ରଫ୍, କର୍ଣ୍ଣ ଶର୍ମା, କେ ଏମ ଆସିଫ୍, ଲୁଙ୍ଗି ନିଗିଡି, ସାଇ କିଶୋର, ସାର୍ଦୁଲ ଠାକୁର।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡିକାଲ୍, ଫିନ୍ ଆଲେନ୍, ପବନ ଦେଶପାଣ୍ଡେ, ରଜତ ପାଟିଦାର୍, ସଚିନ୍ ବେବି, ସୁୟାଶ୍ ପ୍ରଭୁଦେଶାଇ, ଡାନ୍ ଖ୍ରୀଷ୍ଟିଆନ୍, ଡାନିଏଲ ସାମ୍ସ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ସାହାବାଜ୍ ଅହମ୍ମଦ, ଏ ବି ଡେଭିଲିୟର୍ସ, ମହମ୍ମଦ ଆଝାରୁଦ୍ଦିନ, ଶ୍ରୀକର ଭାରତ, ଆଦାମ ଜାମ୍ପା, କେନ୍ ରିଚାର୍ଡସନ୍, କ୍ଲି ଜେମ୍ସନ, ମହମ୍ମଦ ସିରାଜ୍, ନବଦୀପ୍ ସାଇନି, ୟୁଜୁଭେନ୍ଦ୍ର ଚାଓ୍ଵାଲା।

Comment