ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍‌ରେ ଚାମ୍ପିୟନ୍, ରନର୍ସ ଅପ୍, ଅରେଞ୍ଜ କ୍ୟାପ୍ ଏବଂ ପର୍ପଲ କ୍ୟାପ୍ ଓ୍ଵିନର୍‌ଙ୍କୁ ମିଳେ କେତେ ଟଙ୍କାର ପୁରସ୍କାର ରାଶି?

ଏପ୍ରିଲ ୯ରୁ ଆରମ୍ଭ ହୋଇଛି ବିଶ୍ଵର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’। ଟୁର୍ଣ୍ଣାମେଣ୍ଟର ଏହା ହେଉଛି ଚତୁର୍ଦ୍ଦଶ ସଂସ୍କରଣ। କରୋନା କଟକଣା ପାଇଁ ଚଳିତ ବର୍ଷ ଆଇପିଏଲ୍‌କୁ ବିନା ଦର୍ଶକରେ ଆୟୋଜନ କରାଯାଇଛି। ତେବେ ଆଇପିଏଲ୍‌ ଫାଇନାଲ୍ ମ୍ୟାଚ୍‌ରେ ଚାମ୍ପିୟନ୍ ହେଉଥିବା ଟିମ୍, ରନର୍ସ-ଅପ୍ ଟିମ୍, ଅରେଞ୍ଜ କ୍ୟାପ୍ ଓ୍ଵିନର୍ ଏବଂ ପର୍ପଲ କ୍ୟାପ୍ ଓ୍ଵିନର୍‌ମାନେ କେତେ ଟଙ୍କା ପାଆନ୍ତି ଆପଣ ଜାଣିଛନ୍ତି କି?

ଚାମ୍ପିୟନ୍ ଦଳ

ଆଇପିଏଲ୍‌ର ଫାଇନାଲରେ ସବୁ ଦଳକୁ ହରାଇ ଯେଉଁ ଦଳ ଚାମ୍ପିୟନ୍ ହୋଇଥାଏ ସେହି ଦଳକୁ ପୁରସ୍କାର ବାବଦରେ ଟ୍ରଫି ସହିତ ୨୦ କୋଟି ଟଙ୍କା ଦିଆଯାଇଥାଏ। ଆଇପିଏଲର ନିୟମ ଅନୁଯାୟୀ ଏହି ଟଙ୍କାକୁ  ୫୦-୫୦ ସେୟାର୍ ଅର୍ଥାତ୍ ଅଧା ଟଙ୍କା ଦଳର ଖେଳାଳିମାନଙ୍କ ମଧ୍ୟରେ ବଣ୍ଟାଯାଉଥିବା ବେଳେ ଅଧା ଟଙ୍କା ଫ୍ରାଞ୍ଚାଇଜକୁ ମିଳିଥାଏ।ରନର୍ସ-ଅପ୍ ଦଳ

ଆଇପିଏଲ୍‌ରେ ଚାମ୍ପିୟନ୍ ଦଳଠାରୁ ପରାଜିତ ହୋଇ ଯେଉଁ ଦଳ ରନର୍ସ-ଅପ୍ ହୋଇଥାଏ ସେହି ଦଳକୁ ୧୨ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥାଏ। ଏ କ୍ଷେତ୍ରରେ ମଧ୍ୟ ଆଇପିଏଲର ସେହି ୫୦-୫୦ ନିୟମ କାର୍ଯ୍ୟ କରିଥାଏ।

ଦିତ୍ଵୀୟ ଏବଂ ତୃତୀୟ ରନର୍ସ-ଅପ୍ ଦଳ

ଆଇପିଏଲରେ ଯେଉଁ ଦଳ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥାଏ, ସେହି ଦଳକୁ ଦିତ୍ଵୀୟ ଏବଂ ତୃତୀୟ ରନର୍ସ-ଅପ୍ ଦଳ କୁହାଯାଏ। ଏହି ଉଭୟଦଳକୁ ପୁରସ୍କାର ବାବଦରେ ୮ କୋଟି ୭୫ ଲକ୍ଷ ଟଙ୍କା ଦିଆଯାଇଥାଏ।ଅରେଞ୍ଜ କ୍ୟାପ୍ ଓ୍ଵିନର୍

ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ବ୍ୟାଟିଂ କ୍ଷେତ୍ରରେ ସର୍ବାଧିକ ରନ୍ ସଂଗ୍ରହକରିଥାନ୍ତି ସେ ଅରେଞ୍ଜ କ୍ୟାପ୍ ଓ୍ଵିନର୍ ହୋଇଥାନ୍ତି। ଏହି ଖେଳାଳିଙ୍କୁ ପୁରସ୍କାର ବାବଦରେ ଏକ ଗୋଲଡେନ୍ କ୍ୟାପ ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଥାଏ।

ପର୍ପଲ କ୍ୟାପ୍ ଓ୍ଵିନର୍‌

ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶ କରି ଯେଉଁ ଖେଳାଳି ସର୍ବାଧିକ ଓ୍ଵିକେଟ୍ ହାତେଇବାରେ ସଫଳ ହୋଇଥାନ୍ତି ସେ ଶବା ଶେଷରେ ପର୍ପଲ କ୍ୟାପ୍ ଓ୍ଵିନର୍‌ ହୋଇଥାନ୍ତି। ଏବାବଦରେ ତାଙ୍କୁ ଏକ ପର୍ପଲ କ୍ୟାପ୍ ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଥାଏ।

Comment