ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରେ ହେବ ପଞ୍ଚାୟତ ନିର୍ବାଚନ। ଏନେଇ ଜମ୍ମୁ କଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି।

ଜମ୍ମୁରେ ୪ ଏବଂ କଶ୍ମୀରରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୫ରେ ପ୍ରଥମ ପର୍ଯ୍ୟାୟ, ୭ରେ ଦ୍ୱିତୀୟ ପର୍ଯ୍ୟାୟ, ୯ରେ ତୃତୀୟ ପର୍ଯ୍ୟାୟ, ୧୨ରେ ଚତୁର୍ଥ ପର୍ଯ୍ୟାୟ, ୧୪ରେ ପଞ୍ଚମ ପର୍ଯ୍ୟାୟ, ୧୬ରେ ଷଷ୍ଠ ପର୍ଯ୍ୟାୟ, ୧୮ରେ ସପ୍ତମ ପର୍ଯ୍ୟାୟ, ୨୦ରେ ଅଷ୍ଟମ ପର୍ଯ୍ୟାୟ ଭୋଟ ହେବ।

ଗତ ଅଗଷ୍ଟ ମାସରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ସଂସଦରେ ପାସ୍‌ ହେବା ପରେ ଧାରା ୩୭୦ ଉଚ୍ଛେଦ ହୋଇଛି। ଏହାସହ ଜମ୍ମୁ କଶ୍ମୀରରୁ ଲଦାଖ ଅଲଗା ହୋଇଯାଇଛି। ଜମ୍ମୁ କଶ୍ମୀର ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାରୁ ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here