ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲଓ୍ୱାମା ଆକ୍ରମଣର ଏକ ବର୍ଷ ପୂର୍ତ୍ତି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୦୦ ଫୁଟ ଲମ୍ବା ଏକ ତ୍ରିରଙ୍ଗା ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, କୋରାପୁଟ ମହିଳା ମହାବିଦ୍ୟାଳୟ, କୋରାପୁଟ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସ୍ଥାନୀୟ କୋରାପୁଟ ମହିଳା ମହାବିଦ୍ୟାଳୟରୁ ଆରମ୍ଭ କରି କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ରାସ୍ତା ଦେଇ ସିନେମା ହଲ ରାସ୍ତା ଦେଇ ପରେ ପରେ କୋରାପୁଟ ବସଷ୍ଟାଣ୍ଡରେ ପଦଯାତ୍ରା ଶେଷ ହୋଇଥିଲା।

ସେଠାରେ ଭାରତୀୟ ସହିଦ ଯବାନମାନଙ୍କର ଦେଶ ପାଇଁ ଦେଇଥିବା ବଳିଦାନର ସ୍ମୃତିଚାରଣ କରିବା ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏହି ପଦଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବିଥିକା ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରିତଦିପ ଶତପଥୀ, କୋରାପୁଟ ଜିଲ୍ଲା ସଂଯୋଜକ ନାରାୟଣ ଚୌଧୁରୀ, ଜିଲ୍ଲା ଜନଜାତି ପ୍ରମୁଖ ଆକାଶ ଖୋସଲା ,ଜିଲ୍ଲା ସହର ପ୍ରମୁଖ ଅଭିଜିତ ମଣ୍ଡଳ, ଭବାନୀ ମହାରଣା, ଚନ୍ଦ୍ର ଶେଖର ନାୟକ, ଭୂମିକା ଗଡବା,ଶ୍ରୀୟା ରଥ ଆଦି ଏବିଭିପି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Comment