ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ରେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅନୁପଙ୍କୁ ଗିରଫ କରିଛି ପୋଲିସ। ଅଧିକ ତଥ୍ୟ ପାଇଁ ପୋଲିସ ଅନୁପଙ୍କ ନାର୍କୋ ଟେଷ୍ଟ କରିବ। ଏହି ଟେଷ୍ଟ ପାଇଁ ରାୟଗଡ଼ ପୋଲିସ କୋର୍ଟରେ ଆବେଦନ କରିବ। ହେଲେ ନାର୍କୋ ଟେଷ୍ଟ ପାଇଁ ଅନୁପ ଅରାଜି ଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଛତିଶଗଡ଼ ପୋଲିସ ବୁଧବାର ରାତିରେ ଝାରସୁଗୁ଼ଡ଼ାରୁ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ଶୁକ୍ରବାରର ତାଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ଗିରଫ କାରଣ ଓ ଡବଲ ମର୍ଡର ଘଟଣାର ପୂରା କାହାଣୀ କହିଛନ୍ତି ରାୟଗଡ଼ ଏସପି ସନ୍ତୋଷ ସିଂହ।

ପୂର୍ବତନ ବିଧାୟକ ଅନୁପ ସାଏ ମୃତ ମହିଳା କଳ୍ପନା ଦାସଙ୍କ ସହ ସଂପର୍କରେ ଥିଲେ। ଉଭୟ ଭୁବନେଶ୍ଵରରେ ୫ ବର୍ଷ ଏକାଠି ରହିଥିଲେ। ହେଲେ ମହିଳା ଜଣକ ବାରମ୍ଵାର ଅନୁପଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ। ହେଲେ ଏଥିରେ ଅରାଜି ଥିଲେ ଅନୁପ। ସେଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା

ପରେ ମହିଳାଙ୍କୁ ସବୁ ଦିନ ରାସ୍ତାରୁ ହଟାଇ ଦେବା ପାଇଁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ଅନୁପ। ଏହି ହତ୍ୟା ଷଡ଼ଯନ୍ତ୍ରରେ ସେ ତାଙ୍କ ବିଶ୍ଵସ୍ତ ଡ୍ରାଇଭରର ସହାୟତା ନେଇଥିଲେ। କଳ୍ପନାକୁ ବିବାହର ପ୍ରତିଶ୍ରୁତି ଦେଇ ରାୟଗଡ଼ ଯିବା ବାଟରେ ଏକ ଜଙ୍ଗଲ ପାଖରେ ରଡ୍‌ରେ ପିଟିପିଟି କଳ୍ପନାକୁ ହତ୍ୟା କରିଥିଲେ। ନାବାଳିକ ଝିଅ ସେଠାରେ ଉପସ୍ଥିତ ଥିବାରୁ ତାକୁ ମଧ୍ୟ ହତ୍ୟା କରିଥିଲେ। ପରେ ଛତିଶଗଡ଼ ସୀମାରେ ପକାଇ ଗାଡ଼ି ଚଢ଼ାଇ ଦେଇଥିଲେ ଅନୁପ।

Comment