ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରୁ ହିଁ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି।

ଶୁକ୍ରବାର ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ଛିଡ଼ା ହୋଇ ଭାଷଣକୁ ବିରୋଧ କରିଥିଲେ। ଏହାପରେ ପରେ ବିଧାୟକମାନେ କକ୍ଷତ୍ୟାଗ କରିଦେଇଥିଲେ।

ବଜେଟ୍ ଅଧିବେଶନର ପ୍ରଥମ ଦିନର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୋ ସରକାର ଓ କାଳିଆ ଯୋଜନାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। କାଳିଆ ଯୋଜନା ଦ୍ୱାରା ଚାଷୀମାନଙ୍କ ଆୟ ଦୁଇ ଗୁଣା ହେବା ସହିତ ମୋ ସରକାର ଦ୍ୱାରା ଲୋକମାନେ ସହଜରେ ସରକାରୀ ସୁବିଧାସୁଯୋଗ ପାଇପାରୁଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ।

ଶୁକ୍ରବାରଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗୃହରେ ବଜେଟ୍ ଉପସ୍ଥାପନ କରିବେ।

Comment